ନୂଆଦିଲ୍ଲୀ: ୨୦୨୦ ମସିହାରେ, ଭାରତ ସରକାର ପବଜି ଏବଂ ଟିକଟକ ସମେତ ୨୫୦ରୁ ଅଧିକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଗୋଟିଏ ବର୍ଷ ପରେ ବର୍ତ୍ତମାନ ଚାଇନାର ସ୍ମାର୍ଟଫୋନ୍ ଗୁଡିକ ସରକାରଙ୍କ ଟାର୍ଗେଟରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତରେ ଲଞ୍ଚ ହେବାକୁ ଥିବା ସମସ୍ତ ଚାଇନା ସ୍ମାର୍ଟଫୋନକୁ ସରକାର ଖୁବ ଶୀଘ୍ର ଯାଞ୍ଚ କରିପାରନ୍ତି | ଏହି ଯାଞ୍ଚ ସମୟରେ, ଫୋନରେ ଇନଷ୍ଟଲ୍ ହୋଇଥିବା ଆପ୍ ବ୍ୟବହାରକାରୀଙ୍କ ବାବଦରେ ଗୁପ୍ତ ତଥ୍ୟ ନେଉଛି ନା ନାହିଁ ତାହା ଅନୁଧ୍ୟାନ କରାଯିବ । ଏହା ବ୍ୟତୀତ ଫୋନର କିଛି ଅଂଶ ମଧ୍ୟ ଯାଞ୍ଚ କରାଯାଇପାରିବ | ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସରକାର ଏହି ଯାଞ୍ଚ ପାଇଁ ଏକ ନୂଆ ନିୟମ କରିପାରନ୍ତି |
ରିପୋର୍ଟ ଅନୁଯାୟୀ, ନୂତନ ନିୟମ ଲାଗୁ ହେବା ପରେ ସମଗ୍ର ଭାରତୀୟ ମୋବାଇଲ୍ ଇଣ୍ଡଷ୍ଟ୍ରି ସ୍କାନରରେ ଆସିବ, ଯଦିଓ ଚୀନ୍ କମ୍ପାନୀଗୁଡିକ ଉପରେ କଡା ଯାଞ୍ଚ କରାଯିବ। ଫୋନରେ ପ୍ରି-ଇନଷ୍ଟଲ୍ ହୋଇଥିବା ଆପ୍ ପାଇଁ ସରକାର ସୋର୍ସ କୋଡକୁ ଅନୁଧ୍ୟାନ କରାଯିବ | ନୂତନ ନିୟମ ଲାଗୁ ହେବା ପରେ, ଯେଉଁ କମ୍ପାନୀଗୁଡିକର ପାର୍ଟସ ମୋବାଇଲରେ ବ୍ୟବହୃତ ହେଉଛି ସେହି କମ୍ପାନୀଗୁଡିକର ତାଲିକା ମଧ୍ୟ ମୋବାଇଲ୍ କମ୍ପାନୀଙ୍କଠାରୁ ମଗାଯିବ |
ମୋଟ ଉପରେ କହିବାକୁ ଗଲେ ଭାରତରେ ଲଞ୍ଚ ହେବାକୁ ଥିବା ସମସ୍ତ ସ୍ମାର୍ଟଫୋନର ହାର୍ଡୱେୟାର ଏବଂ ସଫ୍ଟୱେୟାରକୁ ସରକାର ଯାଞ୍ଚ କରିବାକୁ ଚାହୁଁଛନ୍ତି। ସୂଚନା ଥାଉ କି ଭିଭୋ, ଓପୋ, ସାଓମି ଏବଂ ୱାନପ୍ଲାସର ଭାରତୀୟ ସ୍ମାର୍ଟଫୋନ ବଜାରରେ ପ୍ରାୟ ୫୦ ପ୍ରତିଶତ ଅଂଶ ରହିଛି। ଏଭଳି ପରିସ୍ଥିତିରେ, ନୂତନ ନିୟମ ଲାଗୁ ହେବା ପରେ, ଏହି କମ୍ପାନୀଗୁଡିକ ଉପରେ କଠୋର ଯାଞ୍ଚ କରାଯିବ | ଅନୁସନ୍ଧାନ ବେଳେ ଭାରତରେ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ସୁରକ୍ଷିତ କି ନୁହେଁ ତାହା ସ୍ଥିର ହେବ।