ପାକିସ୍ତାନକୁ ଖୁସି କରି ଭାରତକୁ ଝଟକା ଦେଲା ଚୀନ୍! ଚୀନରେ ପଢ଼ୁଥିବା ଛାତ୍ରଛାତ୍ରୀ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ପାକିସ୍ତାନକୁ ଖୁସି କରି ଭାରତକୁ ଝଟକା ଦେଲା ଚୀନ୍। ପାକିସ୍ତାନୀ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ ପାଇଁ ଡାକିବା ନେଇ ଚୀନ୍ ପ୍ରସ୍ତୁତ ହେଉଥିବା ନେଇ ଘୋଷଣା କରିଥିବା ବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସ୍ପଷ୍ଟ ଘୋଷଣା କରିନାହିଁ। ଚୀନର ବୈଦେଶିକ ମନ୍ତ୍ରାଳୟ ଭାରତୀୟ ଛାତ୍ରଛାତ୍ରୀଙ୍କ ଫେରିବା ନେଇ କୌଣସି ସିଧା ଉତ୍ତର ରଖିନଥିବା ଜଣାପଡ଼ିଛି। ପାକିସ୍ତାନ ସମେତ ସିଙ୍ଗାପୁର, ମୋଙ୍ଗୋଲିଆ ଏବଂ ଶ୍ରୀଲଙ୍କାରୁ ଛାତ୍ରଛାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଚୀନ୍ ପ୍ରସ୍ତୁତି ଚଳାଇଛି, କିନ୍ତୁ ଚୀନ୍ ବୈଦେଶିକ ମନ୍ତ୍ରାଳୟ ଭାରତ ସମ୍ପର୍କରେ କିଛି କହିବାକୁ ରାଜି ହେଉନଥିବା ଦେଖାଯାଇଛି।

ଭାରତୀୟ ଛାତ୍ରଛାତ୍ରୀଙ୍କୁ କେବେ ଚୀନ ଫେରିବାକୁ ଅନୁମତି ମିଳିବ ବୋଲି ପ୍ରଶ୍ନ କରାଯିବା ପରେ ଏହାର ଉତ୍ତରରେ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟାନ୍ କହିଛନ୍ତି ଯେ, ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଚୀନ୍ ସରକାର ଚେଷ୍ଟା କରୁଛନ୍ତି।  ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଧ୍ୟୟନ ପାଇଁ ଚୀନକୁ ଫେରିବାକୁ ଅନୁମତି ଦେବା ପାଇଁ ଆମେ ଏକ ସମନ୍ୱିତ ଢ଼ଙ୍ଗରେ ବ୍ୟବସ୍ଥା କରିବାକୁ ଚାହୁଁଛୁ। ଭାରତୀୟ ଛାତ୍ରଛାତ୍ରୀଙ୍କ କଥା ପଚରାଯିବାରୁ ଏଭଳି ଢ଼ଙ୍ଗରେ ଉତ୍ତର ରଖିଥିବା ଚୀନ୍ ପାକିସ୍ତାନ କଥା ପଚରାଯିବା ପରେ ସ୍ପଷ୍ଟ ଉତ୍ତର ରଖିଥିଲା।

इमरान खान और शी जिनपिंग ने हाल ही में मुलाकात की है (Photo- Reuters)

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିୟାନ୍ କହିଥିଲେ ଯେ, ଖୁବ ଶୀଘ୍ର ପାକିସ୍ତାନ ଛାତ୍ରଛାତ୍ରୀମାନଙ୍କୁ ଚୀନକୁ ଫେରିବାକୁ ଅନୁମତି ମିଳିବ। ସେମାନେ ପୁଣି ଥରେ ପାଠ ପଢ଼ା ଆରମ୍ଭ କରିପାରିବେ।

ସମ୍ବନ୍ଧିତ ଖବର