ବେଜିଂ: ଚୀନ୍ର ଉତ୍ତରପଶ୍ଚିମ ଭାଗରେ ଆୟୋଜିତ ଏକ ପର୍ବତଦୌଡ଼ ପ୍ରତିଯୋଗିତା ବେଳେ ପ୍ରତିକୂଳ ପାଗ ଯୋଗୁଁ ଅତି କମ୍ରେ ୨୧ ଜଣ ପ୍ରତିଯୋଗୀଙ୍କର ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି। ଗାନ୍ସୁ ପ୍ରଦେଶର ବୈୟିନି ସହର ଉପକଣ୍ଠ ମାତ୍ରାଧିକ ଉଚ୍ଚସ୍ଥାନରେ ଶନିବାର ସକାଳେ ସଂଘଟିତ ଏହି ଦୌଡ଼ରେ ପ୍ରାୟ ୧୭୨ ଜଣ ପ୍ରତିଯୋଗୀ ୬,୫୦୦ରୁ ୯,୮୦୦ ଫୁଟ ଉଚ୍ଚରେ ଥିବା ଏକ ୧୦୦ କିମି ଦୀର୍ଘ ଅଣଓସାରିଆ ପାହାଡ଼ୀ ରାସ୍ତା ଅତିକ୍ରମ କରୁଥିଲେ।
ତେବେ ପ୍ରବଳ କୁଆପଥର ମାଡ଼ ସହ ଥଣ୍ଡା ପବନ ଓ ବର୍ଷାପାତରେ ସେମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଜଳବାୟୁର ତାପମାତ୍ରାରେ ଅତର୍କିତ ହ୍ରାସ ଯୋଗୁଁ ସେମାନେ ଅଣନିଃଶ୍ବାସୀ ହୋଇପଡ଼ିବା ସହ ପ୍ରତିଯୋଗିତା ପଥର ଏଠିସେଠି ଅଟକି ରହିଥିଲେ। ଶନିବାର ରାତି ତମାମ ୭୦୦ରୁ ଅଧିକ ସୁରକ୍ଷା କର୍ମୀ ପ୍ରଭାବିତ ଦୌଡ଼ାଳିଙ୍କ ଉଦ୍ଧାରକାର୍ଯ୍ୟରେ ଲାଗି ପଡ଼ିଥିଲେ। ସେମାନେ ରବିବାର ସକାଳ ସୁଦ୍ଧା ୨୧ଟି ଶବ ଉଦ୍ଧାର କରିଥିବା ବେଳେ ସଂଖ୍ୟାଧିକ ଗୁରୁତର ଅସୁସ୍ଥଙ୍କୁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/g4dj56dg456j4gd564j6dgjdgjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)