୫୯ଟି ଆପ ନିଷିଦ୍ଧ କରାଯିବାକୁ ଚୀନର ବିରୋଧ, ଦ୍ବିପାକ୍ଷିକ ଆଲୋଚନା ବେଳେ ପ୍ରସଙ୍ଗ ଉଠାଇଲା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ବାରା ୫୯ଟି ଚୀନା ମୋବାଇଲ ଆପକୁ ନିଷିଦ୍ଧ କରିବାକୁ ଚୀନ ବିରୋଧ କରିଛି । ଦ୍ବିପକ୍ଷିକ କୂଟନୈତିକ ଆଲୋଚନା ବେଳେ ଚୀନ ଭାରତ ଆଗରେ ଏହି ପ୍ରସଙ୍ଗ ଉଠାଇଛି ।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ନିକଟରେ ନୂଆଦିଲ୍ଲୀ ଠାରେ ଏକ କୂଟନୈତିକ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଚୀନ ମୋବାଇଲ ଆପ ପ୍ରସଙ୍ଗ ଉଠାଇଥିଲା । ଏହାର ଜବାବରେ ଭାରତ କହିଥିଲା ଯେ ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନିଆଯାଇଛି । ଲୋକମାନଙ୍କର ଗୋପନୀୟ ତଥ୍ୟ ଦେଶ ବାହାରକୁ ଯିବା ଭାରତ ସରକାର ଚାହାନ୍ତି ନାହିଁ ବୋଲି ଚୀନକୁ ସ୍ପଷ୍ଟ କରିଦିଆଯାଇଛି ।
ସୀମାରେ ଚୀନ ସହ ବିବାଦ ପରେ ଭାରତ ସରକାର ଗତ ଜୁନ ୨୯ରେ ଚୀନର ୫୯ଟି ମୋବାଇଲ ଆପ କମ୍ପାନିକୁ ନିଷିଦ୍ଧ କରିଦେଇଥିଲେ । ଏସବୁ ସଂଦିଗ୍ଧ ଚୀନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର,ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, ।

ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର