ନୂଆଦିଲ୍ଳୀ: ଏଲଏସି (ଲାଇନ୍ ଅଫ୍ ଆକଚୁଅଲ୍ କଣ୍ଟ୍ରୋଲ)ରେ ଚୀନ୍ ଭାରତ ମଧ୍ୟରେ ଅନେକ ତିକ୍ତତା ଦେଖିବାକୁ ମିଳିଛି । ବର୍ତ୍ତମାନ ଯଦିଓ ମାହୋଲ ସାମାନ୍ୟ ଥଣ୍ଡା ରହିଛି, କିନ୍ତୁ ଚୀନ୍ ତାର ବିସ୍ତାରବାଦୀ ନୀତିକୁ କେବେ ବି ପରିବର୍ତ୍ତନ କରିବ ନାହିଁ ତାହା ସମସ୍ତେ ଜାଣନ୍ତି । ଏହାରି ଭିତରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବଜେଟରେ ଚୀନ୍ ତାର ପ୍ରତିରକ୍ଷା ବଜେଟକୁ ବଢାଇବାକୁ ଯାଉଛି । ଦେଶ ଦେଶ ମଧ୍ୟରେ ବିଭିନ୍ନ କାରଣକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ ଚୀନର ପ୍ରତିରକ୍ଷା ବଜେଟ୍ ବଢାଇବା ଯୁଦ୍ଧ ଆଡକୁ ଇଙ୍ଗିତ କରୁନି ତ?
ପୂର୍ବ ବର୍ଷ ଚୀନ ତାର ପ୍ରତିରକ୍ଷା ବଜେଟକୁ ୭.୨ ପ୍ରତିଶତ ବୃଦ୍ଧି କରିଥିଲା । ଯାହା ଭାରତର ବଜେଟ୍ ତୁଳନାରେ ୩ ଗୁଣା ଅଧିକ । ଚଳିତବର୍ଷ ବି ଚୀନ୍ ପ୍ରତିରକ୍ଷା ବଜେଟରେ ବୃଦ୍ଧି କରିବାକୁ ଯାଉଛି । ପ୍ରତିରକ୍ଷା ବଜେଟ୍ ପାଖାପାଖି ୨୪୯ ଅରବ ଡଲାର ହେବ ବୋଲି ଚୀନ୍ ପ୍ରଧାନମନ୍ତ୍ରୀ ଲି-କିୟାଙ୍ଗ୍ ସଂସଦରେ ଡ୍ରାପ୍ଟ ବଜେଟ୍ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତାଇବାନ୍, ଯାପାନ, ଆମେରିକା ଭଳି ପ୍ରତିଦ୍ୱନ୍ଦୀଙ୍କୁ ନଜରରେ ରଖି ଚୀନ୍ ତାର ସମସ୍ତ ସଶସ୍ତ୍ର ବାହିନୀକୁ ବ୍ୟାପକ ଭାବେ ଆଧୁନିକୀକରଣ କରୁଛି । ଗତ କିଛି ବର୍ଷ ହେବ ଚୀନ୍ ବିମାନବାହକ ଯୁଦ୍ଧପୋତ, ଅତ୍ୟାଧୁନିକ ଯୁଦ୍ଧ ଯାହଜ, ଅତ୍ୟାଧୁନିକ ଶୈଳୀର ଯୁଦ୍ଧ ବିମାନ ତିଆରି କରୁଛି । ଏଭଳି ସ୍ଥିତିରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି, ଚୀନର ସାମରିକ ଆଧୁନିକୀକରଣକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/10/gwo7Onr878wlnZVcMK0R.jpg)