ଆମେ ଦୁଃଖିତ : ସଂଦିଗ୍ଧ ବେଲୁନ ଆମେରିକା ଆକାଶରେ ପ୍ରବେଶ କରିବା ପରେ ଚୀନର ପ୍ରତିକ୍ରିୟା

ବେଜିଂ : ଚୀନର ଗୁପ୍ତଚର ବେଲୁନ ଆମେରିକା ଆକାଶରେ ଉଡ଼ିବା ଜଣାପଡ଼ିବା ପରେ ଚୀନ ଏହାକୁ ନେଇ ଦଃଖ ପ୍ରକାଶ କରିଛି । ଏହା ପ୍ରକୃତରେ ଏକ ଏୟାରସିପ୍ ଓ ଏହାକୁ ପାଣିପାଗ ଏବଂ ଅନ୍ୟାନ୍ୟ ବୈଜ୍ଞାନିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇଥାଏ ବୋଲି ବେଜିଂ କହିଛି ।

ଆମେରିକାର ଅଧିକାରୀମାନେ ଗୁରୁବାର ଦିନ କହିଥିଲେ ଯେ ଗତ କିଛି ଦିନ ଧରି ଆମେରିକା ଉପରେ ଏକ ଚାଇନାର ଗୁପ୍ତଚର ବେଲୁନ୍ ଉଡୁଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ବେଜିଂ ଗସ୍ତର କିଛି ଦିନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ବିବାଦ ଦେଖାଦେଇଛି । ଏହା ପରେ ଚୀନ୍ ର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ବିଳମ୍ବିତ ରାତିରେ ଏହି ବିବୃତ୍ତି ଜାରି କରିଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକା ଗୁପ୍ତଚର ବୋଲି ବର୍ଣ୍ଣନା କରୁଥିବା ବେଲୁନ୍ ପ୍ରକୃତରେ ଏକ “ଏୟାରସିପ” ଥିଲା। ଏହା ପ୍ରାୟତଃ ପାଣିପାଗ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଏପରି ଅପ୍ରତ୍ୟାଶିତ ପରିସ୍ଥିତିକୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ଏହା ଆମେରିକା ସହିତ ଯୋଗାଯୋଗ ବଜାୟ ରଖିବ  । ପାଶ୍ଚାତ୍ୟ ପବନର ପ୍ରଭାବ ଏବଂ ଏହାର ସୀମିତ ନିୟନ୍ତ୍ରଣଯୋଗ୍ୟତା ହେତୁ, ଏହି ବାୟୁଜାହାଜ ହୁଏତ ଏହାର ଦିଗରୁ ବିଚ୍ୟୁତ ହୋଇଥାଇପାରେ ବୋଲି ଚୀନ୍ କହିଛି ।

ସମ୍ବନ୍ଧିତ ଖବର