ବେଜିଂ: ମହାକାଶ କ୍ଷେତ୍ରରେ ଚୀନ୍ ଦ୍ରୁତ ଉନ୍ନତି ହାସଲ କରୁଛି। ଆଗାମୀ ଦିନରେ ମହାକାଶରେ ଆମେରିକାକୁ ପଛରେ ପକାଇବାକୁ ଚାହୁଁଛି ଚୀନ । ଏହି ଉଦ୍ଦେଶ୍ୟରେ ଚୀନ ନିକଟରେ ତାଙ୍କର ତିନି ଜଣ ମହାକାଶଚାରୀଙ୍କୁ ତିଆଙ୍ଗୋଙ୍ଗ ମହାକାଶ ଷ୍ଟେସନକୁ ପଠାଇଛି। ସେମାନେ ମହାକାଶରେ ସ୍ପେସଓ୍ବାକ୍ କରିବେ ।
ଏହି ତିନି ଜଣ ମହାକାଶଚାରୀଙ୍କ ମଧ୍ୟରେ କମାଣ୍ଡର କାଇ ଶୁଜେ ଏବଂ ଦୁଇ ଜଣ ନୂତନ ମହାକାଶଚାରୀ ସୋଙ୍ଗ ଲିଙ୍ଗଡୋଙ୍ଗ ଏବଂ ୱାଙ୍ଗ ହାଓଜେ ସାମିଲ ଅଛନ୍ତି । ଏହି ତିନିଜଣ ପ୍ରାୟ ୬ ମାସ ତିଆଙ୍ଗୋଙ୍ଗ ସ୍ପେସ୍ ଷ୍ଟେସନରେ ରହିବେ ଏବଂ ସେଠାରେ ଅନେକ ପ୍ରକଳ୍ପରେ କାମ କରିବେ। ଏହାବ୍ୟତୀତ ଏହି ମହାକାଶଚାରୀମାନେ ସ୍ପେସ୍ ୱାକ୍ ମଧ୍ୟ କରିବେ। ଆସନ୍ତୁ ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ଭାବେ କହିବୁ ।
ସ୍ପେସୱାକ୍ କୁ "ଏକ୍ସଟ୍ରାଭେହିକୁଲାର ଆକ୍ଟିଭିଟି" (ଇଭିଏ) ମଧ୍ୟ କୁହାଯାଏ । ଅର୍ଥାତ୍ ମହାକାଶଚାରୀମାନେ ନିଜ ସ୍ପେସ୍ ଷ୍ଟେସନ୍ କିମ୍ବା ମହାକାଶଯାନରୁ ବାହାରି ଖୋଲା ମହାକାଶରେ କାମ କରନ୍ତି କିମ୍ବା କିଛି ଅନୁସନ୍ଧାନ କରିବାକୁ ଯାଆନ୍ତି। ଖୋଲା ସ୍ଥାନରେ କରାଯାଉଥିବା ଏହି କାମକୁ ବିଜ୍ଞାନର ଭାଷାରେ ସ୍ପେସ୍ ୱାକ୍ କୁହାଯାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2020/01/astronaut-astronomy-cosmos-2156-1-300x150.jpg)
