ଆମେରିକାର ଅଭିଯୋଗ ମିଛ : ଗୋପନ ପରମାଣୁ ପରୀକ୍ଷଣ ଖବରକୁ ଚୀନର ଖଣ୍ଡନ
ବେଜିଂ : ଗୋପନ ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ଏକ ନୂଆ ବିବାଦର ସୁତ୍ରପାତ ହୋଇଛି । ଚୀନ ଗୋପନରେ ପରମାଣୁ ପରୀକ୍ଷଣ କରୁଥିବା ଆମେରିକା କହିବା ପରେ ଏହାକୁ ତୀବ୍ର ବିରୋଧ କରିଛି ଚୀନ ।
Sambad is now on WhatsApp
Join and get latest news updates delivered to you via WhatsApp
ବେଜିଂପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯିବା ସହ କୁହାଯାଇଛି ଯେ ଚୀନ ବିଶ୍ୱରେ ପରମାଣୁ ପରୀକ୍ଷା ବନ୍ଦ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ।
ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ଆମେରିକା ମିଛରେ ସବୁବେଳେ ଚୀନ ଉପରେ ଅବାନ୍ତର ଅଭିଯୋଗ ଲଗାଇଚାଲିଛି । ସିଟିବିଟିରେ ପ୍ରଥମେ ସ୍ୱାକ୍ଷର କରିଥିବା ବିଶ୍ୱର କେତୋଟି ଦେଶ ମଧ୍ୟରେ ଚୀନ ଅନ୍ୟତମ । ଚୀନ ସବୁବେଳେ ପରମାଣୁ ନିରସ୍ତ୍ରୀକରଣ ଦିଗରେ କାମ କରିଆସିଛି ।
ସୂଚନାଯୋଗ୍ୟ ଯେ ଚୀନ ଗୋପନରେ ପରମାଣୁ ପରୀକ୍ଷା କରୁଥିବା ଆମେରିକାର ପରରାଷ୍ଟ୍ର ବିଭାଗର ଏକ ଗୋପନ ରିପୋର୍ଟରେ କୁହାଯାଇଥିଲା । ଏହି ରିପୋର୍ଟରେ କୁହାଯାଇଛି ଯେ ଅନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାରର ପରିମାଣୁ ପରୀକ୍ଷାକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ଚୀନ ଗୋପନରେ ଏହା ଜାରି ରଖିଛି । ୨୦୧୯ରେ ଚୀନର ଲୁପ ନୁର ପରୀକ୍ଷଣ କେନ୍ଦ୍ରରେ ଏପରି କେତେକ ଜିରୋ ୟେଲଡ ପରୀକ୍ଷଣ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । ଜିରୋ ୟେଲଡ ପରୀକ୍ଷଣର ଅର୍ଥ ହେଉଛି ପରମାଣୁ ପରୀକ୍ଷଣ ବେଳେ ଅନିୟନ୍ତ୍ରିତ ଚେନ ରିଆକ୍ସନ ହେବ ନାହିଁ ।