ଭାରତ-ଚୀନ  ବିବାଦରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ବେଜିଂର ପ୍ରତ୍ୟାଖ୍ୟାନ

ବେଜିଂ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମାବିବାଦରେ ଆମେରିକାର ମଧ୍ୟସ୍ଥତା ପ୍ରସ୍ତାବକୁ ଚୀନ ପ୍ରତ୍ୟାଖ୍ୟାନ  କରିଦେଇଛି । ଭାରତ ସହ ସୀମା ବିବାଦ ଏକ ଦ୍ପିପାକ୍ଷିକ ମାମଲା ଓ ଦୁଇଦେଶ ଆଲୋଚନା ମାଧ୍ୟମରେ  ଏହାର ସମାଧାନ କରିବେ ବୋଲି ଚୀନ କହିଛି ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ ବର୍ତ୍ତମାନ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସାମରିକ ବିବାଦ ଏକ ଦ୍ବିପାକ୍ଷିକ ସମସ୍ୟା, କିନ୍ତୁ ଏହି ବିବାଦରେ କୌଣସି ୩ୟ ପକ୍ଷର ହସ୍ତକ୍ଷେପକୁ ଦୁଇଦେଶ ପସନ୍ଦ କରନ୍ତି ନାହିଁ । ଏହି  ସମସ୍ୟାର ସମାଧାନ ବାହାର କରିବାକୁ ଦୁଇ ଦେଶ ସକ୍ଷମ ଓ ଏଥିପାଇଁ କୂଟନୈତିକ ପଥ ଖୋଲାଅଛି । ଦୁଇଦେଶର ଏ ସଂପର୍କରେ ଅବଗତ ଅଛନ୍ତି ଓ ସମସ୍ୟାର ସମାଧାନ ଲାଗି ଅଲୋଚନା ଜାରି ରହିଛି । କିନ୍ତୁ ୩ୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ ।

ଦୁଇଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ଓ ଚୀନ ସୀମାରେ ମୁହାଁମୁହିଁ ରହିବା ଶୁଭଙ୍କର ନୁହେଁ । ଦୁଇଦେଶ ଚାହିଁଲେ ଆମେରିକା ଏହି ସମସ୍ୟାର ସମାଧାନ ଲାଗି ମଧ୍ୟସ୍ଥ ହେବାକୁ ରାଜି ଅଛି । ଆଜି ମଧ୍ୟ ଟ୍ରମ୍ପ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ସେ ଫୋନରେ କଥା ହୋଇଥିଲେ । ଚୀନ ଓ ଭାରତ ବିବାଦ ଯୋଗୁଁ ତାଙ୍କ ମୁଡ୍ ଭଲନାହିଁ ।

କିନ୍ତୁ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷୁର ମୋଦୀ ଟ୍ରମ୍ପ ଟେଲିଫୋନ ଆଲୋଚନା ହୋଇନି ବୋଲି ସ୍ପଷ୍ଟ କରିଦିଆଯାଇଛି ।

ସମ୍ବନ୍ଧିତ ଖବର