ଆଲୋଚନା ପରେ ୨ ମେଜର୍‌ଙ୍କ ସମେତ ୧୦ଜଣ ଭାରତୀୟ ଯବାନଙ୍କୁ ମୁକ୍ତ କଲା ଚୀନ୍

ନୂଆଦିଲ୍ଲୀ: ଜୁନ୍ ୧୫ ତାରିଖ ରାତିରେ ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକା‌ ଅଞ୍ଚଳରେ ଭାରତ ଓ ଚୀନ୍ ସେନାଙ୍କ ସଂଘର୍ଷ ସମୟରେ ଚୀନ୍‌ ଅଟକ ରଖିଥିବା ଦୁଇ ଜଣ ମେଜର୍‌ଙ୍କ ସମେତ ୧୦ଜଣ ଭାରତୀୟ ଯବାନଙ୍କୁ ଗୁରୁବାର ସନ୍ଧ୍ୟାରେ ମୁକ୍ତ କରିଛି।

ନିଜର ପରିଚୟ ଗୋପନ ରଖିବାକୁ ଅନୁରୋଧ କରି ଘଟଣାସହ ଜଡ଼ିତ ଲୋକେ କହିଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ଅନ୍ୟୂନ ଦୁଇ ଜଣ ମେଜର୍‌ଙ୍କ ସମେତ ୧୦ଜଣ ଯବାନଙ୍କୁ ଗୁରୁବାର ସନ୍ଧ୍ୟାରେ ଛାଡ଼ି ଦିଆଯାଇଛି। ଉଭୟ ପକ୍ଷରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାରୁ ସମ୍ପୃକ୍ତ ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ଦେଶ ମଧ୍ୟରେ ଏ ସଂକ୍ରାନ୍ତରେ ହୋଇଥିବା ବୁଝାମଣା ଗୋପନ ରଖାଯାଇଛି।

Image Courtesy of India Today

ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ। ଗୁରୁବାର ଦିନ ଭାରତୀୟ ସେନା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କେବଳ ଏତିକି କହିଛି ଯେ, ସଂଘର୍ଷରେ କୌଣସି ଭାରତୀୟ ଯବାନ ନିଖୋଜ ହୋଇ ନାହାନ୍ତି।

ମଙ୍ଗଳବାର ଓ ଗୁରୁବାର ମଧ୍ୟରେ ଗଲୱାନ୍ ଉପତ୍ୟକାର ପାଟ୍ରୋଲ୍ ପଏଣ୍ଟ୍‌ ନିକଟରେ ମେଜର୍ ଜେନେରାଲ୍‌ମାନଙ୍କ ନେତୃତ୍ବରେ ଭାରତ ଓ ଚୀନ୍‌ର ପ୍ରତିନିଧି ଦଳମାନଙ୍କ ମଧ୍ୟରେ ତିନି ପର୍ଯ୍ୟାୟ କଥାବାର୍ତ୍ତା ହେବା ପରେ ୧୦ଜଣ ସୈନିକଙ୍କୁ ମୁକ୍ତ କରାଯାଇଛି।

କାରୁସ୍ଥିତ ୩ ପଦାତିକ ଡିଭିଜନ୍‌ ମୁଖ୍ୟାଳୟର କମାଣ୍ଡର୍ ମେଜର୍‌ ଜେନେରାଲ୍ ଅଭିଜିତ ବପତ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ ଗୁରୁବାର ଦିନ ତୃତୀୟ ଥର ଭେଟିଥିଲେ।

 

ସମ୍ବନ୍ଧିତ ଖବର