ଚୀନରେ କରୋନାର ୨ୟ ଲହରୀ, ଲକଡାଉନରେ ୨୨ ନିୟୁତ ଲୋକ

ବେଜିଂ :  ପୁଣି ଚୀନକୁ କବଳିତ କରିବାକୁ ବସିଲାଣି କରୋନା ମହାମାରୀ । କରୋନା ଭୁତାଣୁ ଚୀନରୁ ଉତ୍ପତ୍ତି ଲାଭ କରିଥିବାବେଳେ ଗତ ବର୍ଷ ନିଜକୁ କରୋନା ମୁକ୍ତ ଘୋଷଣା କରିଥିଲେ ଚୀନ ସରକାର । ତେବେ ଏବେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏପରିକି ବୁଧବାରଦିନ ଚୀନରେ ଯେତିକି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ଗତ ୮ ମାସ ମଧ୍ୟରେ  ସର୍ବାଧିକ । ପୁଣି ଗତ କିଛିମାସ ପରେ ଚୀନରେ ପ୍ରଥମ ଥର ପାଇଁ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାଯାଇଛି ।

ପୁଣି କରୋନା ଲହରୀ ଫେରିବା ଚୀନ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛ । ଏଥିଲାଗି ଉତ୍ତର ଚୀନରେ ପ୍ରାୟ ୨୨ ନିୟୁତ (୨ କୋଟି ୨୦ ଲକ୍ଷ) ଲୋକଙ୍କୁ ଲକଡାଉନରେ ରଖାଯାଇଛି । ଚୀନର ଏକ ରାଜ୍ୟରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । ଏପରିକି ଚଳିତ ଜାନୁଆରିରେ ଚୀନରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ୨୦୨୦ ଜାନୁଆରିରେ ଚିହ୍ନଟ ଆକ୍ରାନ୍ତଙ୍କ ଠାରୁ ଅଧିକ ।

ଆସନ୍ତା ଫେବ୍ରୁଆରି ୧୪ରୁ ଚୀନର ବୃହତ୍ତମ ଉତ୍ସବ ବସନ୍ତ ଉତ୍ସବ ବା ସ୍ପ୍ରିଙ୍ଗ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି । ଏହି ସମୟର ପୂର୍ବରୁ କରୋନା ସଂକ୍ରମଣ ବଢିବା ଚୀନ ସରକାରଙ୍କ ଚିନ୍ତାର କାରଣ ହୋଇଛି ।

ସମ୍ବନ୍ଧିତ ଖବର