ମଣିଷ ଶରୀରରେ ଚିହ୍ନଟ ହେଲା ବାର୍ଡ ଫ୍ଲୁ ଭୂତାଣୁ

ବେଜିଂ : ଚାଇନାରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛନ୍ତି ‌ଯେ, ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରେ ବାର୍ଡ ଫ୍ଲୁର ଏଚ୧୦ଏନ୍୩ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଚିକିତ୍ସା ପରେ  ଉକ୍ତି ବ୍ୟକ୍ତିଙ୍କ ଶରୀର ଅବସ୍ଥା ସ୍ଥିର ରହିଛି।

ଆଶ୍ବସ୍ତିର କଥା ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା କେହି ବି ଏଥିରେ ସଂକ୍ରମିତ ହୋଇ ନ ଥିବା ରିପୋର୍ଟରୁ ପ୍ରକାଶ।

china bird flu outbreak: कोरोना महामारी के बीच इंसान के अंदर बर्डफ्लू H10N3  का संक्रमण, चीन से सामने आया पहला केस - china reports first human case of  h10n3 bird flu amid

ଚାଇନା ଅଧିକାରୀଙ୍କ କହିବାନୁସାରେ, ଚାଇନାର ଜୋନଜିଆଙ୍ଗର ବାସିନ୍ଦା କିଛିଦିନ ତଳେ ଜ୍ୱରରେ ପୀଡିତ ହୋଇଥିଲେ। ଏଥିସହିତ ତାଙ୍କ ଶରୀରରେ  ଅନ୍ୟାନ୍ୟ ଲକ୍ଷଣ ଦେଖାଦେବା ପରେ ଗତ ଏପ୍ରିଲ ୨୮ରେ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମେ ୨୮ରେ  ଏଚ୧୦ଏନ୍୩ ଷ୍ଟ୍ରେନ୍ ଏହି ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଥିଲା। ତେବେ ଏହି ବ୍ୟକ୍ତି କିପରି ଏଥିରେ ସଂକ୍ରମିତ ହୋଇଥିଲେ ସେ ସମ୍ପର୍କରେ ଏନଏଚସି କୌଣସି ସୂଚନା ଦେଇନାହିଁ । ତେବେ ଏହି ଭାଇରସ୍ ଷ୍ଟ୍ରେନକୁ ବ୍ୟାପକ ପରିମାଣରେ ବିସ୍ତାର କରିବାର ସମ୍ଭାବନା  କମ୍ ରହିଥିବା ବି‌ଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର