ନୂଆଦିଲ୍ଲୀ: ଚୀନ୍ ନିଜର ଔଷଧ ନୀତିରେ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନ ପରେ ଏବେ ଚୀନ୍ରେ ଶସ୍ତା ଭାରତୀୟ ଜେନେରିକ୍ ଔଷଧ ବିକ୍ରୟ ପାଇଁ ଦ୍ୱାର ଉନ୍ମୁକ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ଚୀନ୍ରେ କୌଣସି ଅନ୍ୟ ଦେଶର ଔଷଧ କ୍ରୟ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚିତ ହେଉଥିଲା। ଚୀନ୍ ସରକାର ଅନ୍ୟ ଦେଶରେ ପ୍ରସ୍ତୁତ ଔଷଧ ସବୁକୁ ‘ନକଲି’ ତାଲିକା ଭୁକ୍ତ କରିବା ସହ ଏହାର ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଥିଲେ।
/sambad/media/post_attachments/wp-content/uploads/2019/08/Chin1.jpg)
ତେବେ, ଚୀନ୍ ସରକାର ତାଙ୍କର ଏହି ନିୟମରେ ଏବେ ପରିବର୍ତ୍ତନ ଆଣିଛନ୍ତି। ଏବେ ଅନ୍ୟ ଦେଶରେ ପ୍ରସ୍ତୁତ ଶସ୍ତା ଜେନେରିକ୍ ଔଷଧ ଚୀନ୍ରେ ବିକ୍ରୟ ହୋଇପାରିବା ନିମନ୍ତେ ଚୀନ୍ ସରକାର ଅନୁମତି ଦେଇଛନ୍ତି। ଚୀନ୍ ସରକାରଙ୍କ ଏହି ନୂତନ ନିଷ୍ପତ୍ତି ଦ୍ୱାରା ଏବେ ଉଭୟ ଭାରତର ଔଷଧ ପ୍ରସ୍ତୁତ କରୁଥିବା କମ୍ପାନି ଓ ଚୀନ୍ର କର୍କଟ ରୋଗଗ୍ରସ୍ତ ରୋଗୀମାନେ ଗଭୀର ଭାବେ ଉପକୃତ ହେବେ। କାରଣ, ଏବେ ଭାରତରେ ପ୍ରସ୍ତୁତ ଓ ଉତ୍ପାଦିତ ହେଉଥିବା କର୍କଟ ରୋଗର ଜେନେରିକ୍ ଔଷଧ ସବୁ ବହୁ ଶସ୍ତା ଦରରେ ବିଶ୍ୱର ବିଭିନ୍ନ ଦେଶରେ ଉପଲବ୍ଧ ହେଉଥିଲା। କିନ୍ତୁ, ଚୀନ୍ର କର୍କଟ ରୋଗଗ୍ରସ୍ତ ରୋଗୀମାନେ ଏହି ଔଷଧ ପାଇବାରୁ ବଞ୍ଚିତ ହେଉଥିଲେ। କାରଣ, ଭାରତୀୟ ଔଷଧ ସବୁ ଚୀନ୍ରେ ‘ନକଲି’ ଔଷଧ ତାଲିକାଭୁକ୍ତ ଥିବାରୁ ଏହାକୁ କିଣିବାରୁ ବଞ୍ଚିତ ହେଉଥିଲେ। କିନ୍ତୁ, ଆସନ୍ତା ଡିସେମ୍ବର ୧ ତାରଖ ଠାରୁ ଭାରତୀୟ ଔଷଧ ସବୁକୁ କିଣି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Chin.jpg)