ଓ୍ବାସିଂଟନ : ମହାକାଶରେ ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିବା ଚୀନ ରକେଟ୍ ଲଙ୍ଗ୍ ମାର୍ଚ୍ଚ ୫ବି ରବିବାର ସକାଳେ ଭୂପୃଷ୍ଠରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଆମେରିକାର ଏକ ମହାକାଶ ଗବେଷଣା ସଂସ୍ଥା କହିଛି ।
ଆମେରିକାର ଏରୋସ୍ପେଶ କର୍ପୋରେସନର ପୂର୍ବାନୁମାନ ଅନୁସାରେ ଏହି ରକେଟ ରବିବାର ସକାଳ ୩.୨୨ ଜିଏମଟି (ଭାରତୀୟ ସମୟ ସକାଳ ୯ଟା ) ବେଳେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ବୀପ ନିକଟରେ ପୃଥିବୀ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ସମୟ ୪ ଘଣ୍ଟା ପର୍ୟ଼୍ୟନ୍ତ ଆଗକୁ କିମ୍ବା ପଛକୁ ହୋଇପାରେ । ଆହୁରି ମଧ୍ୟ ଏହି ରିପୋର୍ଟରେ କୁହାଯ଼ାଇଛି ଯ଼େ ଏହା ଶେଷ ମୂହୂର୍ତ୍ତରେ ଗତିପଥ ବଦଳାଇ ପୃଥିବୀର ଅନ୍ୟସ୍ଥାନରେ ମଧ୍ୟ ମାଡ଼ ହୋଇପାରେ ।
Our latest prediction for #LongMarch5B CZ-5B rocket body reentry is 🚀 09 May 2021 03:22 UTC ± 4 hours along the ground track shown here. Follow this page for updates: https://t.co/p2AU9zVEpApic.twitter.com/SwpuJBqC2R
— The Aerospace Corporation (@AerospaceCorp) May 8, 2021
ଅବଶ୍ୟ ଏହି ରକେଟଟି ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହି ରକେଟର ଅଧିକାଂଶ ଅଂଶ ଜଳିଯ଼ିବାର ସମ୍ଭାବନା ରହିଛି । କିନ୍ତୁ ଭୂପୃଷ୍ଠରେ ପହଞ୍ଚିବାବେଳକୁ ଏହାର କିଛି ଅଂଶ ରହିଯ଼ିବାର ଆଶଙ୍କା ରହିଛି । ଏହି ଅବଶିଷ୍ଟ ଅଂଶ ବି ବ୍ୟାପକ କ୍ଷତି କରିବାର ଆଶଙ୍କା ରହିଛି ।
ଚୀନର ନୂଆ ମହାକାଶ କେନ୍ଦ୍ରରୁ ଲଙ୍ଗ୍ ମାର୍ଚ୍ଚ ୫ବି ନାମକ ଏହି ରକେଟକୁ ଗତ ସପ୍ତାହରେ ଉତକ୍ଷେପଣ କରାଯ଼ାଇଥିଲା । ତେବେ ଉତକ୍ଷେପଣର କିଛି ଘଣ୍ଟା ପରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯ଼ାଇଥିଲା ।