ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ବିଜୟକୁ ନେଇ ବିଶ୍ବର ବିଭିନ୍ନ ଦେଶରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଏହା ସତ୍ତ୍ବେ ତାଙ୍କ ବିଜୟକୁ ଏବେ ବି ରୁଷିଆ ଏବଂ ଚୀନ ସ୍ବୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ରୁଷିଆ ପକ୍ଷରୁ ସୋମବାର କୁହାଯାଇଛି, ଏହି ପ୍ରସଙ୍ଗ ଉପରେ କୌଣସି ମତାମତ ଦେବା ପୂର୍ବରୁ ସରକାରୀ ଭାବେ ଫଳାଫଳ ଘୋଷଣାକୁ ତାଙ୍କ ଦେଶ ଅପେକ୍ଷା କରିବ। ରୁଷିଆର ନିର୍ବାଚନ ମୁଖ୍ୟ ଇଲା ପାମ୍ଭିଲୋଭା କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବହୁସଂଖ୍ୟାରେ ଭୋଟର ମେଲ୍ରେ ଭୋଟ ଦେଇଛନ୍ତି। ଏଥିପାଇଁ ଜାଲିଆତିର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ମେଲ୍ରେ ଦିଆଯାଇଥିବା ଭୋଟକୁ ସେ ଯତ୍ନର ସହିତ ଅନୁଧ୍ୟାନ କରିଛନ୍ତି ଏବଂ ଏଥିରେ ଜାଲିଆତି ହେବାର ଆଶଙ୍କା ଅଧିକ ବୋଲି କହିଛନ୍ତି। ସେହିଭଳି ଚୀନ ମଧ୍ୟରେ ବାଇଡେନଙ୍କୁ ସୋମବାର ଶୁଭେଚ୍ଛା ଜଣାଇବାକୁ ମନା କରିଦେଇଛି। ନିର୍ବାଚନ ଫଳାଫଳ ଏବେ ବି ନିର୍ଣ୍ଣାୟକ ସ୍ତରରେ ପହଞ୍ଚି ନାହିଁ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କ ପରାଜୟକୁ ଏପର୍ଯ୍ୟନ୍ତ ସ୍ବୀକାର କରିନାହାନ୍ତି ଏବଂ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ ପରାଜୟ ସ୍ବୀକାର କରନ୍ତୁ ବୋଲି ପତ୍ନୀ ମେଲାନିଆ ମଧ୍ୟ ମତ ଦେଇଛନ୍ତି।
ବାଇଡେନ୍ଙ୍କ ବିଜୟକୁ ମାନୁନାହାନ୍ତି ଚୀନ, ରୁଷିଆ
/sambad/media/post_attachments/wp-content/uploads/2020/11/china-russia-biden.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)