ବିସ୍ତାରବାଦୀ ନୀତି ଆମ ଜିନରେ ନାହିଁ : ଚୀନର ହାସ୍ୟାସ୍ପଦ କଥା

ବେଜିଂ : ପ୍ରାୟ ନିଜର ସବୁ ପଡ଼ୋଶୀଙ୍କ ଜମି ହାତେଇବାକୁ ଚକ୍ରାନ୍ତ କରିଚାଲିଥିବା ଚୀନ ଆଜି ଏକ ହାସ୍ୟାସ୍ପଦ କଥା କହିଛି । ଆକ୍ରାମକ ଓ ବିସ୍ତାରବାଦୀ ନୀତି ନିଜ ଜିନରେ ନାହିଁ ବୋଲି ଚୀନ କହିଛି ।

ଚୀନର ବୈଦେଶିକ ମନ୍ତ୍ରୀ ୟାଂ ଇ କହିଛନ୍ତି ଯେ ନିଜର ୫୦୦୦ ବର୍ଷର ଇତିହାସରେ ବିସ୍ତାରବାଦ ଓ ଆକ୍ରମଣ ମନୋବ୍‌ତ୍ତି ଚୀନର ଜିନରେ ନାହିଁ । ଚୀନ କେବେ ମଧ୍ୟ ଆମେରିକା ପରି ହୋଇପାରିବ ନାହିଁ ।

ନିଜର ଲଦାଖ ଗସ୍ତ କାଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ଚୀନକୁ ଲକ୍ଷ୍ୟ କରି କହିଥିଲେ ଯେ ବିସ୍ତାରବାଦର ଯୁଗ ସମାପ୍ତ ହୋଇଯାଇଛି । ଏହାର ଜବାବରେ ଚୀନ ଏପରି କହିଥିବା ଅନୁମାନ କରାଯାଉଛି ।

ନିଜର ପ୍ରାୟ ସବୁ ପଡ଼ୋଶୀଙ୍କ ସହିତ ଚୀନର ସୀମା ବିବାଦ ରହିଛି । ସମସ୍ତଙ୍କ ଅଞ୍ଚଳକୁ ଚୀନ ନିଜ ଅଞ୍ଚଳ କହୁଛି । ପୂର୍ବରୁ ଚୀନ ତିବ୍ବତ ଓ ସିଜିଆନକୁ ଅଧିକାର କରି ନିଜ ସହିତ ମିଶାଇ ଦେଇଛି । ୧୯୬୨ ଯୁଦ୍ଧପରେ ଭାରତର ଅକସାଇ ଚୀନ ଅଞ୍ଚଳକୁ ନିଜ ଅଧିନରେ ରଖିଛି । ସେହିପରି ତାଇୱାନକୁ ନିଜର ଅଂଚଳ କହୁଛି ଓ ଏହି କ୍ଷୁଦ୍ର ଦେଶକୁ ନିଜ ସହ ମିଶାଇବାକୁ ସାମରିକ ବଳର ଉପଯୋଗ କରିଚାଲିଛି । ସେହିପରି ହଂକଂର ସ୍ବାୟତ୍ତତାକୁ ଲୋପ କରିଦେଇଛି । ଦକ୍ଷିଣ ଚୀନ ସାଗରକୁ ନିଜର ଅଂଚଳ ବୋଲି କହୁଛି । ଏ ପରିପ୍ରେକ୍ଷୀରେ ଚୀନ ନିଜକୁ ବିସ୍ତାରବାଦୀ ନକହିବା ସମସ୍ତଙ୍କୁ ଆଚମ୍ବିତ କରିଛି ।

ସମ୍ବନ୍ଧିତ ଖବର