ଭାରତ ଓ ଭୁଟାନକୁ ଅଲଗା କରିବାକୁ ଚାହୁଁଛି ଚୀନ

ନୂଆଦିଲ୍ଲୀ: ଚୀନର ଉଦ୍ଦେଶ୍ୟ ଭାରତ ସହ ଯୁଦ୍ଧ କରିବା ନୁହେଁ । ବରଂ ଚୀନର ଲକ୍ଷ୍ୟ ହେଉଛି ଯେ ଭାରତର ସବୁ ପଡୋଶୀମାନଙ୍କୁ ନିଜ ପଟକୁ ଟାଣିବା । ଏଥିରେ ସଫଳ ହେଲେ ଚୀନ ସମଗ୍ର ଏସିଆରେ ନିଜ ପ୍ରଭାବକୁ ବଢାଇପାରିବ । ଡୋକଲାମ ପ୍ରସଙ୍ଗରେ ଚୀନର ଗୋପନ ଉଦ୍ଦେଶ୍ୟ ହେଉଛି ଭୁଟାନ ଓ ଭାରତ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଭାଙ୍ଗିବା । ଭୁଟାନକୁ ଧମକାଇ ଭାରତଠାରୁ ଦୂରେଇ ନେବା ଓ ସେଠାରେ ନିଜର ବୋଲକରା ସରକାର ସ୍ଥାପନ କରିବା । କିନ୍ତୁ ସୁଖର କଥା ଯେ ଭାରତ ଚୀନର ଯୋଜନାକୁ ଠିକ ଭାବେ ବୁଝିପାରି ଡୋକଲାମ ମାମଲାରେ ଭୁଟାନ ପଛରେ ଛିଡ଼ା ହୋଇଥିଲା ବୋଲି କହିଛନ୍ତି ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବ ଶଙ୍କର ମେନନ ।

ଗତ ବର୍ଷ ଭୁଟାନର ଡୋକଲାମକୁ ନେଇ ଭାରତୀୟ ସେନା ଓ ଚୀନ ସେନା ପ୍ରାୟ ୭୨ ଦିନ ଧରି ମୁହାଁମୁହିଁ ରହିଥିଲେ । ତେବେ ପରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ଉଭୟ ଦେଶର ସେନା ପଛକୁ ହଟିଥିଲେ ।

ନେପାଳ ଓ ମାଳଦ୍ୱୀପ ପ୍ରସଙ୍ଗରେ ଚୀନର ଯୋଜନା ଅନେକ ମାତ୍ରାରରେ ଫଳବତୀ ହୋଇଛି । ଏହି ଦୁଇ ଦେଶ ଭାରତର ପାରମ୍ପରିକ ବନ୍ଧୁରାଷ୍ଟ୍ରଭାବେ ଜଣାଶୁଣା । କିନ୍ତୁ ଏବେ ଭାରତ ବିରୋଧରେ ଯାଉଛନ୍ତି ।

ସମ୍ବନ୍ଧିତ ଖବର