ବେଜିଂ: ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚାଇନା । ଚୀନର ତିନି ଜଣ ମହାକାଶଚାରୀ ନୂତନ ଅନୁଧ୍ୟାନ ପାଇଁ ମହାକାଶ ଉପଲକ୍ଷେ ଉଡାଣ ଆରମ୍ଭ କରିଛନ୍ତି । ତିନି ଜଣ ମହାକାଶଚାରୀଙ୍କ ମଧ୍ୟରେ ଜଣେ ୩୪ ବର୍ଷୀୟ ମହିଳା ମହାକାଶଚାରୀ ମଧ୍ୟ ରହିଛନ୍ତି।
ଏମାନେ ମହାକାଶରେ ଚାଇନାର ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ତିୟାଙ୍ଗଗୋଙ୍ଗ ସ୍ପେଶ୍ ଷ୍ଟେସନ୍ରେ ରହି ଚନ୍ଦ୍ରମା ଉପରେ କାମ କରିବେ । ୨୦୩୦ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀଙ୍କୁ ପଠାଇବାର ଯୋଜନା କରୁଛି ଚାଇନା । ଏହି ଦିଗରେ ଅଧିକ ଅନୁଧ୍ୟାନ କରିବେ ଏହି ତିନି ମହାକାଶଚାରୀ । ଚାଇନାର ଏହି ସ୍ପେଶ୍ ମିଶନ୍ର ନାମ ରହିଛି ଶେନହାଓ ଏଇଟ୍ । ୪୩ ବର୍ଷୀୟ କମାଣ୍ଡର ୟେ ଗୁଆଙ୍ଗଫୁଙ୍କ ନେତୃତ୍ବରେ ୩୪ ବର୍ଷୀୟ ହି କାଙ୍ଗ ଏବଂ ୩୬ ଲି ଗୁଆଙ୍ଗସୁ ମହାକାଶକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ରହି ଆବର୍ଜନା ସଂରକ୍ଷଣ ଉପକରଣ ସ୍ଥାପନ କରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/30/JxHxkcqmQwvtzATfRJan.jpg)