ବେଜିଂ: ଭାରତ ଦ୍ବାରା ଚୀନ୍ଠାରୁ କିଣାଯାଇଥିବା କରୋନାଭାଇରସ୍ ମେଡିକାଲ ଟେଷ୍ଟ୍ ଉପକରଣ ଚୀନ୍ ପଠାଇଛି। ପ୍ରଥମ ପର୍ଯ୍ୟାୟରେ ଚୀନ୍ ୬ ଲକ୍ଷ ୫୦ ହଜାର ପିପିଇ କିଟ୍ ଏବଂ ଆରଏନ୍ଏ ଏକ୍ସଟ୍ରାକ୍ସନ୍ କିଟ୍ ଗତ ଗୁରୁବାର ଦିନ ଭାରତକୁ ପଠାଇଛି। ଏହା ଆଜି ଭାରତରେ ଆସି ପହଞ୍ଚିଥିବା ଜଣାପଡ଼ିଛି। ଚୀନ୍ରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରି ଏକ ଟ୍ବିଟ୍ କରି କହିଥିଲେ ଯେ, ଦକ୍ଷିଣ ଚୀନ୍ର ଗୁଆଙ୍ଗ୍ଜୋ ବିମାନବନ୍ଦରରୁ ଗତ ଗୁରୁବାର ଦିନ ପିପିଇ କିଟ୍ ଭାରତକୁ ପଠାଯାଇଥିଲା। ବହୁ ଦିନର ଅପେକ୍ଷା ପରେ ଭାରତ ଶେଷରେ ଚୀନ୍ଠାରୁ ପିପିଇ ଏବଂ କରୋନା ଟେଷ୍ଟ୍ କିଟ୍ ପାଇଛି। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତ ଚୀନ୍ଠାରୁ ୨-୩ ନିୟୁତ ଟେଷ୍ଟ୍ କିଟ୍ କିଣିବ ବୋଲି ଜଣାପଡ଼ିଛି। ଚୀନ୍ଠାରୁ କିଣାଯାଇଥିବା ୨୦ ଲକ୍ଷରୁ ଅଧିକ ଟେଷ୍ଟ୍ କିଟ୍ ଆସନ୍ତା ୧୫ ଦିନ ମଧ୍ୟରେ ଭାରତ ପାଇବ ବୋଲି ମିଶ୍ରି କହିଛନ୍ତି। ରୢାପିଡ୍ ଏଣ୍ଟିବଡି ଟେଷ୍ଟ୍ କିଟ୍ ୧୫ ମିନିଟ୍ ମଧ୍ୟରେ ଫଳ ପ୍ରଦାନ କରୁଛି ଏବଂ ଏହାଦ୍ବାରା ରକ୍ତ ନମୁନା ପରୀକ୍ଷାରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି କି ନା' ତାହା ଜଣାପଡ଼ିବ। ଚୀନ୍ ସରକାରଙ୍କ ସହାୟତାରେ ସଠିକ୍ ମେଡିକାଲ ଫାର୍ମଗୁଡିକୁ ଭାରତର ଆବଶ୍ୟକତା ପୂରଣ କରିବାକୁ ଅର୍ଡର ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୫୦ ହଜାର ଏଣ୍ଟିବଡି ଟେଷ୍ଟିଂ କିଟ୍ ଏବଂ ୧ ଲକ୍ଷ ଆରଏନ୍ଏ ଏକ୍ସଟ୍ରାକ୍ସନ୍ କିଟ୍ ଚୀନ୍ ଭାରତକୁ ପଠାଇଛି। ଚୀନ୍ରୁ ଭାରତକୁ ଟେଷ୍ଟିଂ କିଟ୍ ଆସିବା ଦିଗରେ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ଚୀନ୍ ପଠାଇଲା ୬ ଲକ୍ଷ ୫୦ହଜାର ପିପିଇ କିଟ୍
/sambad/media/post_attachments/wp-content/uploads/2020/04/BB12nTDO-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)