ବେଜିଙ୍ଗ୍: ଉତ୍ତର କୋରୀୟ ନେତା କିମ୍ ଜୋଙ୍ଗ୍ ଉନ୍ ଲାଗି ପରାମର୍ଶ ଦେବାକୁ ଚୀନ୍ ଡାକ୍ତରୀ ବିଶେଷଜ୍ଞଙ୍କ ସମେତ ଏକ ଟିମ୍ ପଠାଇଥିବା ଜଣାପଡ଼ିଛି। ଉତ୍ତର କୋରିଆର ନେତା କିମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଦ୍ବନ୍ଦ୍ବୀୟ ସମାଚାର ଆସୁଥିବା ବେଳେ ଚୀନ୍ର ଡାକ୍ତରୀ ଓ ସରକାରୀ ଅଧିକାରୀଙ୍କ ଦଳ ସେଠାକୁ ଯାତ୍ରା କରିଛନ୍ତି। କିନ୍ତୁ, ଚୀନ୍ ଟିମ୍ର ଗସ୍ତ କିମ୍ଙ୍କ ସ୍ବାସ୍ଥ୍ୟ ବାବଦରେ କି ଆଭାସ ଦେଉଛି ତାହା ହଠାତ୍ ଜଣାପଡ଼ିନାହିଁ।
ଗୁରୁବାର ଦିନ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ଇଣ୍ଟର୍ନ୍ୟାସ୍ନାଲ୍ ଲିଆସନ୍ ଡିପାର୍ଟମେଣ୍ଟ୍ର ଜଣେ ବରିଷ୍ଠ ସଦସ୍ୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବେଜିଙ୍ଗ୍ରୁ ଉତ୍ତର କୋରିଆ ଯାତ୍ରା କରିଛି। ପଡ଼ୋଶୀ ଉତ୍ତର କୋରିଆ ସହ ସମ୍ପର୍କ ରକ୍ଷା କରିବାରେ ସହ ଚୀନ୍ର ଏହି ବିଭାଗ ହେଉଛି ମୁଖ୍ୟ। କିନ୍ତୁ, ଚୀନ୍ର ବୈଦେଶିକ ମନ୍ତ୍ରାଳୟ ବିଳମ୍ବିତ ଶୁକ୍ରବାର ଯାଏଁ ଏ ସଂକ୍ରାନ୍ତରେ କୌଣସି ବିବୃତି ଦେଇନାହିଁ।
କିମ୍ଙ୍କର ହୃଦ୍ରୋଗ ସଂକ୍ରାନ୍ତ ଚିକିତ୍ସା ହୋଇଥିଲା ଏବଂ ସେ ସୁସ୍ଥ ହେଉଛନ୍ତି ବୋଲି ସିଓଲ୍ର ୱେବ୍ସାଇଟ୍ ‘ଡେଲି ଏନ୍କେ’ ରିପୋର୍ଟ କରିଥିଲା।