ବେଜିଙ୍ଗ୍: ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଭାରତୀୟ ସୀମାନ୍ତ ପାଖାପାଖି ତିବ୍ବତର ଲିଞ୍ଝି ଓ ସିଚୁଆନ୍ ପ୍ରଦେଶର ଦକ୍ଷିଣପଶ୍ଚିମରେ ଥିବା ୟା’ଆନ୍ ମଧ୍ୟରେ ଚୀନ୍ ସିଚୁଆନ୍-ତିବ୍ବତ ରେଳପଥ ନିର୍ମାଣ କରିବାକୁ ପ୍ରସ୍ତୁତି କରୁଛି। ଏହା ତିବ୍ବତ ଓ ଚୀନ୍ ଉଭୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଶନିବାର ଦିନ ଚୀନ୍ ରେଳବାଇ ଘୋଷଣା କରିଛି ଯେ, ସିଚୁଆନ୍-ତିବ୍ବତ ରେଳପଥର ୟା’ଆନ୍- ଲିଞ୍ଝି ସେକ୍ସନ୍ ଲାଗି ଦୁଇଟି ସୁଡ଼ଙ୍ଗ, ଗୋଟିଏ ସେତୁ ଏବଂ ପାୱାର୍ ସପ୍ଲାଏ ପ୍ରୋଜେକ୍ଟ୍ ନିର୍ମାଣ କରାଯିବ।
ଏଠାରେ ସୂଚନାଯୋଗ୍ୟ କି, ଲିଞ୍ଝି ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଅବସ୍ଥିତ। ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍ବତ ଅଂଶ ବୋଲି ଚୀନ୍ ଦାବି କରୁଥିବା ବେଳେ ଭାରତ ତାହକୁ ବିରୋଧ କରୁଛି।
/sambad/media/post_attachments/wp-content/uploads/2020/11/train.jpg) Image Courtesy of Deccan Herald
 Image Courtesy of Deccan Heraldକ୍ବିଙ୍ଘାଇ-ତିବ୍ବତ ରେଳପଥ ପରେ ତିବ୍ବତରେ ସିଚୁଆନ୍-ତିବ୍ବତ ରେଳପଥ ହେଉଛି ସେ ପ୍ରକାରର ଦ୍ବିତୀୟ ପ୍ରକଳ୍ପ। ବିଶ୍ବର ସବୁଠୁ ସକ୍ରିୟ ଥିବା ଭୂତାତ୍ତ୍ବିକ ଅଞ୍ଚଳ ‘କ୍ବିଙ୍ଘାଇ-ତିବ୍ବତ ପ୍ଲେଟ୍ୟୁ’ ମଧ୍ୟ ଦେଇ ଏହାର ନିର୍ମାଣ ହେବ ବୋଲି ଚୀନ୍ର ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଚାଇନା ନିଉଜ୍’ ରିପୋର୍ଟ କରିଛି।
ସିଚୁଆନ୍ ପ୍ରଦେଶର ରାଜଧାନୀ ଚେଙ୍ଗଡୁ ପ୍ରଦେଶରୁ ଆରମ୍ଭ ହେଉଥିବା ସିଚୁଆନ୍-ତିବ୍ବତ ରେଳପଥରେ ଲାସାକୁ ଯାତ୍ରା କରିବା ସହଜ ହେବ। ଏବେ ଚେଙ୍ଗ୍ଡୁରୁ ଲାସାକୁ ଯିବା ନିମନ୍ତେ ୪୮ ଘଣ୍ଟା ସମୟ ଲାଗୁଛି। ସିଚୁଆନ୍-ତିବ୍ବତ ରେଳପଥରେ ଲାଗିବ ମାତ୍ର ୧୩ ଘଣ୍ଟା।
୧, ୦୧୧ କିଲୋମିଟର୍ ଦୀର୍ଘ ଏହି ରେଳପଥରେ ଘଣ୍ଟାପ୍ରତି ୧୨୦ରୁ ୨୦୦ କିଲୋମିଟର୍ ବେଗରେ ଟ୍ରେନ୍ ଗତି କରିବ ବୋଲି ଆଶା କରାଯାଉଛି। ଏଥିନିମନ୍ତେ ୩୧୯.୮ ବିଲିୟନ୍ ଡଲାର୍ ଖର୍ଚ୍ଚ ହେବ ବୋଲି ‘ଗ୍ଲୋବାଲ୍ ଟାଇମ୍ସ୍’ ରିପୋର୍ଟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/train-line.jpg)
