ନୂଆଦିଲ୍ଲୀ : ଚୀନ୍ ଭୁଟାନ୍ ଅଂଚଳର ୨ କିମି ଭିତରେ ଏକ ଗ୍ରାମ ସ୍ଥାପନ କରିବା ଘଟଣା ବଡ଼ ବିବାଦ ସୃଷ୍ଟି କରିଛି। ବିବାଦୀୟ ଡୋକ୍ଲାମ ଅଂଚଳର ଏହା ଖୁବ୍ ନିକଟରେ ଥିବା ବେଳେ ଚୀନ୍ର ଏଭଳି ପଦକ୍ଷେପ ପୁଣି ଆଂଚଳିକ ଶାନ୍ତିକୁ ବ୍ୟାହତ କରିବ ବୋଲି ଆଶଙ୍କା କରାଯାଉଛି। ଚୀନ୍ ସରକାରୀ ଗଣମାଧ୍ୟମର ଜଣେ ବରିଷ୍ଠ ସାମ୍ବାଦିକ ଏହି ଗ୍ରାମର ଫଟୋ ଏବଂ କେତେକ ତଥ୍ୟ ପୋଷ୍ଟ୍ କରିଛନ୍ତି। ଚୀନ୍ ଭୁଟାନ୍ ଅଂଚଳରେ ବସାଇଥିବା ଗ୍ରାମର ନାମ ପଂଗଡ଼ା ରଖିଛି ଏବଂ ସଂପୂର୍ଣ୍ଣ ଭାବେ ଭୁଟାନର ଅଂଚଳ ଭିତରେ ଆସୁଥିବା ଉପଗ୍ରହ ଛବିରୁ ମଧ୍ୟ ଜଣାପଡ଼ୁଛି। ଚୀନ୍ର ଏଭଳି ପଦକ୍ଷେପ ଭୁଟାନ୍ର ସୁରକ୍ଷା ଓ ସାର୍ବଭୌମତ୍ବ ପ୍ରତି ବଡ଼ ବପଦ ହୋଇ ଦେଖାଦେଇଛି। ଚୀନ୍ ନିଜର ବିସ୍ତାରବାଦୀ ନୀତିକୁ ଚରିତାର୍ଥ କରିବା ପାଇଁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ପ୍ରତି ବିପଦର କାରଣ ପାଲଟିଛି।
ଭୁଟାନ୍ର ଅଂଚଳରେ ଗ୍ରାମ ସ୍ଥାପନ କରିଛି ଚୀନ୍
/sambad/media/post_attachments/wp-content/uploads/2020/11/china-v.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)