ବେଜିଂ : ଆଜି ହେଉଛି ଚୀନର ଜାତୀୟଦିବସ । ଆଜି ଚୀନରେ କମ୍ୟୁନିଷ୍ଟ ପାର୍ଟି ଶାସନର ୭୦ ବର୍ଷ ପୂରଣ ହେଉଛି  । ଏହି ଅବସରରେ ଚୀନ ଏକ ବୃହତ ପରେଡ୍‌ ମାଧ୍ୟମରେ ନିଜର ସାମରିକ ଶକ୍ତିର ପ୍ରଦର୍ଶନ କରିଛି । ଏଥିରେ ଚୀନ ପକ୍ଷରୁ କେତେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯାଇଛି ।

Advertisment

publive-image

ଆଜି ପ୍ରଦର୍ଶିତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଚୀନର ସବୁଠାରୁ ଆଧୁନିକ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଡିଏଫ-୪୧,ଜେଏଲ-୨ ଆଣବିକ ଶକ୍ତି ସଂପନ୍ନ ବୁଡାଜହାଜରୁ ନିକ୍ଷେପ କରିହେଉଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର, ଜେ-୨୦ସ ଷ୍ଟିଲଥ ଫାଇଟର ଜେଟ, ଜିଜେ-୧୧ ଷ୍ଟେଲଥ ଲଢୁଆ ଡ୍ରୋନ, ଅତି ଉଚ୍ଚରେ ଉଡିପାରୁଥିବା ଡବ୍ଲୁଜେଡ୍‌-୮ ଗୁପ୍ତଚର ଡ୍ରୋନ ।

publive-image

ବିଶେଷଜ୍ଞଙ୍କ ମତରେ, ଏହି ବିଶାଳ ପରେଡ ମାଧ୍ୟମରେ ଚୀନ ନିଜକୁ ସୁପରପାଓ୍ଵାର ଭାବେ ପ୍ରଦର୍ଶିତ କରିବାକୁ ଉଦ୍ୟମ କରିଛି । ଚୀନ ଏବେ ଆମେରିକା ସହିତ ବାଣିଜ୍ୟ ଓ କୂଟନୈତିକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଆମେରିକାକୁ ମଧ୍ୟ ବାର୍ତ୍ତା ଦେବାକୁ ଚାହିଁଛି ।