ପାକିସ୍ତାନରୁ ଗଧ ଓ କୁକୁର କିଣିବ ଚୀନ୍, ଏହା ଜରିଆରେ ଅର୍ଥନୀତିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛି କି ପାକ୍?

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ଅବସ୍ଥା କେତେ ଶୋଚନୀୟ ହୋଇପଡ଼ିଛି, ତାହା ବିଶ୍ୱର ଦେଶମାନଙ୍କୁ ଅଛପା ନାହିଁ। ଅନେକ ସମୟରେ ପାକିସ୍ତାନ, ଚୀନ୍ ଏବଂ ଆଇଏମ୍ଏଫ୍ ଠାରୁ ଋଣ ମାଗୁଥିବାର ଖବର ସାମ୍ନାକୁ ଆସିସାରିଛି। ବର୍ତ୍ତମାନ ପାକିସ୍ତାନ ନିଜ ଦେଶର ଗଧ ଓ କୁକୁରକୁ ଚୀନକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ଗଧ ଓ କୁକୁର ରପ୍ତାନି କରି ଅର୍ଥନୀତିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛି କି ବୋଲି ପ୍ରଶ୍ନ ଉଠିଛି? ଏଥି ସହିତ ଚୀନ୍ ମଧ୍ୟ ଏଥିରେ ଆଗ୍ରହ ଦେଖାଇଛି।

ସୂଚନା ମୁତାବକ, ପାକିସ୍ତାନ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଗଧ ବହୁଳ ଦେଶ। ଏଠାରେ ୫୭ଲକ୍ଷ ଗଧ ଅଛନ୍ତି। ପାକିସ୍ତାନ ପୂର୍ବରୁ ମଧ୍ୟ ଚୀନକୁ ଗଧ ରପ୍ତାନି କରିସାରିଛି। ପାକିସ୍ତାନର ବାଣିଜ୍ୟ ମନ୍ତ୍ରାଳୟ ସୋମବାର ବାଣିଜ୍ୟକୁ ନେଇ ଥିବା ସିନେଟ ଷ୍ଟାଣ୍ଡିଂ କମିଟିକୁ କହିଛି ଯେ, ଚୀନ୍ ପାକିସ୍ତାନରୁ ଗଧ ଓ କୁକୁର ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛି। ଆମଦାନି ଏବଂ ରପ୍ତାନି ସମ୍ପର୍କରେ ସୂଚନା ପାଇବା ପାଇଁ ଜିଶାନ ଖାନଜାଦାଙ୍କ ଅଧ୍ୟକ୍ଷତାରେ ଇସଲାମାବାଦରେ ବାଣିଜ୍ୟ ଉପରେ ସିନେଟ ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଦୀନେଶ କୁମାର କହିଥିଲେ ଯେ ଚୀନ୍ ପାକିସ୍ତାନରୁ ଗଧ ସହ କୁକୁର ମଧ୍ୟ କିଣିବାକୁ ଚାହୁଁଛି। ଏହା ଉପରେ ସିନେଟର ଅବଦୁଲ କାଦିର କହିଥିଲେ ଯେ ଚୀନ୍ ରାଷ୍ଟ୍ରଦୂତ ପାକିସ୍ତାନରୁ ମାଂସ ରପ୍ତାନି ବିଷୟରେ ଅନେକ ଥର ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର