ତାଇୱାନକୁ ଚାରିପଟୁ ଘେରିଲା ଚୀନ୍; କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ ପରେ ସାମରିକ ଡ୍ରିଲରେ ସାମିଲ କଲା ଡ୍ରୋନ୍ସ

ନୂଆଦିଲ୍ଲୀ: ତାଇୱାନକୁ ଘେରିଲା ଚୀନ୍। ନିଜର ସାମରିକ ଡ୍ରିଲ୍ ସମୟରେ ଚୀନ୍ ତାଇୱାନକୁ ଘେରିଥିବା ଜଣାପଡ଼ିଛି। କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ, ଯୁଦ୍ଧ ବିମାନ ପରେ ବର୍ତ୍ତମାନ ଯୁଦ୍ଧାଭ୍ୟାସରେ ଡ୍ରୋନକୁ ସାମିଲ କରିଛି ଚୀନ୍। ଏହି ଡ୍ରୋନଗୁଡିକ ଜାପାନ ନିକଟରୁ ଉଡି ତାଇୱାନ ଆଡକୁ ଆସିଥିବା ସାମ୍ନାକୁ ଆସିଛି। ଏହି କାରଣରୁ ସତର୍କ ହୋଇଛି ତାଇୱାନ ସେନା।

ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚୀନ୍‌ର ନୌସେନା ଏବଂ ବାୟୁସେନା କ୍ରମାଗତ ଭାବରେ ଯୁଦ୍ଧାଭ୍ୟାସ କରୁଛନ୍ତି। କ୍ରମାଗତ ଭାବରେ ଚୀନର ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ଦୁଇ ଦେଶର ସୀମାରେ ଥିବା ମଧ୍ୟମ ସୀମା ଅତିକ୍ରମ କରି ତାଇୱାନକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ଗତ କିଛି ଦିନ ମଧ୍ୟରେ ଚୀନ୍ କ୍ରମାଗତ ଭାବରେ ତାଇୱାନ ଆଡକୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ରଗୁଡିକ ତାଇୱାନର ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଦିଗକୁ ନିକ୍ଷେପ କରାଯାଇଥିଲା ବୋଲି ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏଥି ସହିତ ଚୀନ୍‌ର ଏହି ଘୃଣ୍ୟ କାର୍ଯ୍ୟର ଜବାବରେ ତାଇୱାନ ମଧ୍ୟ ପଛଘୁଞ୍ଚା ଦେଉନାହିଁ। ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ ଟ୍ୱିଟ୍ କରିଛନ୍ତି ଯେ ଡ୍ରିଲ ନାମରେ ଆମେ ଚୀନ୍‌ର ଆଣ୍ଟିକ୍ସ ଏବଂ ଆକ୍ରମଣ ଉପରେ ନିରନ୍ତର ନଜର ରଖିଛୁ। ଆମେ ବିପଦ ଅନୁଭବ କରିବା ମାତ୍ରେ ଚୀନକୁ ସଠିକ୍ ଜବାବ ଦେବୁ। ତାଇୱାନକୁ ରକ୍ଷା କରିବାକୁ ମୁଁ ଆନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରୁଛି। ଚୀନ୍ ସ୍ଥାନୀୟ ସ୍ତରରେ ଭୁଲ କାର୍ଯ୍ୟ କରି ପରିବେଶକୁ ନଷ୍ଟ କରୁଛି।

ସମ୍ବନ୍ଧିତ ଖବର