ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ହେଲେ ପରିସ୍ଥିତି ଗୁରୁତର ହୋଇପାରେ ବୋଲି ଚେତାବନୀ ଦେଲା ଚୀନ

ବେଇଜିଂ: ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ  ହୋଇଯାଇ ପାରେ ବୋଲି ଆଲୋଚନା ଜୋର ଧରିବା ପରେ  ଦୁଇ ଦେଶକୁ ଚେତାବନୀ ଦେଇଛି ପଡ଼ୋଶୀ ଚୀନ। ଏସିଆ ମହାଦେଶର ଏହି ଦୁଇ ଦେଶ ଭିତରେ ଯଦି ଯୁଦ୍ଧ ହୁଏ ତେବେ ବହୁ କ୍ଷୟକ୍ଷତି ସହିବାକୁ ପଡ଼ିବ। ହେବାକୁ ଥିବା ଯୁଦ୍ଧ ଆଂଚଳିକ ଶାନ୍ତି  ଭଙ୍ଗ କରିବା ସହ ପରିସ୍ଥିତି ଗୁରୁତର ହୋଇପାରେ ବୋଲି ଚୀନ ଦାବିର ସହ କହିଛି।

ଚୀନର ଷ୍ଟେଟ୍‌ କାଉନ୍‌ସିଲର୍‌ ଓ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଶାହା ମେହମୁଦ୍‌ କ୍ୱାରେସିଙ୍କ ସହ ଫୋନ୍‌ରେ କଥା ହେବା ସମୟରେ ଏହି ପ୍ରସଂଗରେ ଆଲୋଚନା କରିଛନ୍ତି।

ଓ୍ଵାଙ୍ଗ୍‌ ୟି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଭାରତ ସହ ସଂପର୍କରେ ସୁଧାର ଆଣିବା ଆଗ୍ରହକୁ ନେଇ ପ୍ରଶଂସା କରିଛନ୍ତି।

ଗତ ୧୪ ତାରିଖରେ ପୁଲଓ୍ଵାମାରେ ହୋଇଥିବା ଆକ୍ରମଣ ପରେ ସ୍ଥିତି ଗମ୍ଭୀର ଥିବା ବେଳେ ଏହାର ସମାଧାନ ଖୋଜିବାକୁ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍‌ କ୍ୱାରେସିଙ୍କ ସହ ଆଲୋଚନା କରିଛନ୍ତି।

ଦୁଇ ଦେଶ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାର ପ୍ରସ୍ତାବକୁ ଦିଲ୍ଲୀର ସହମତି ପାଇଁ ଇସ୍‌ଲାମବାଦ ଅପେକ୍ଷା କରି ରହିଛି ବୋଲି କ୍ୱାରେସି ଓ୍ଵାଙ୍ଗ୍‌ ୟିଙ୍କୁ କହିଛନ୍ତି।

ସେ କଥା ଦୋହରାଇ ଆହୁରି ବି କହିଛନ୍ତି କି ପାକିସ୍ତାନ କଥାବାର୍ତ୍ତା ଦ୍ୱାରା ଭାରତ ସହ ଥିବା ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ଚାହୁଁଛି।

ସମ୍ବନ୍ଧିତ ଖବର