ସଙ୍ଘାଇ: ଚୀନ୍‌ର ସିଆଗୋଙ୍ଗ୍‌-୧ ଅନ୍ତରୀକ୍ଷ ଷ୍ଟେସନ୍‌ ପୃଥିବୀର ବାୟୁମଣ୍ଡଳକୁ ପୁନଃପ୍ରବେଶ କରିବା ମାତ୍ରେ ସୋମବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପରେ ସୋମବାର ଦିନ ଜଳି ଯାଇଥିବା କଥା ଚୀନ୍‌ ମହାକାଶ କର୍ତ୍ତୃପକ୍ଷ।

Advertisment

ଆଜି ସକାଳ ପ୍ରାୟ ୮. ୧୫ ମିନିଟ୍‌ ସମୟରେ ମହାକାଶ ଯାନଟି ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରିଥିଲା। ବାୟୁମଣ୍ଡଳକୁ ପ୍ରବେଶ କରିବା ପରେ ପରେ ହିଁ ଏହାର ବହୁଳାଂଶ ପୋଡ଼ି ଯାଇଥିଲା ବୋଲି କର୍ତ୍ତୃପକ୍ଷ େଓ୍ଵବ୍‌ସାଇଟ୍‌ରେ ଏକ ସଂକ୍ଷିପ୍ତ ବିବୃତିରେ ଜଣାଇଛନ୍ତି।

କିଛି ସମୟ ପୂର୍ବରୁ ଚୀନ୍‌ କର୍ତ୍ତୃପକ୍ଷ ଘୋଷଣା କରିଥିଲେ କି, ଏହା ବ୍ରାଜିଲ୍‌ର ତଟବର୍ତ୍ତୀ ଅଞ୍ଚଳ ଦକ୍ଷିଣ ଆଣ୍ଟଲାଟିକ୍‌ ସମୁଦ୍ର ଅଞ୍ଚଳରେ ସାଓ ପାଉଲୋ ଏବଂ ରିଓ ଡି ଜେନେରିଓ ପାଖ ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ।

publive-image

ଶୁକ୍ରବାର ଦିନ ବେଜିଙ୍ଗ୍‌ କହିଥିଲା କି ଲ୍ୟାବ୍‌ର କୌଣସି ବଡ଼ ଅଂଶ ଭୂପୃଷ୍ଠରେ ମାଡ଼ କରିବା ସମ୍ଭାବନା ନାହିଁ।

୩୪. ୧ ଫୁଟ୍‌ ଲମ୍ବ ବିଶିଷ୍ଟ ସିଆଙ୍ଗୋଙ୍ଗ୍‌-୧ ଅର୍ଥାତ୍‌ ‘ସ୍ୱର୍ଗୀୟ ପ୍ରାସାଦ-୧’ ୨୦୧୧ରେ ଉତ୍‌କ୍ଷେପଣ କରାଯାଇଥିଲା। ପ୍ରଥମରୁ ଏହାକୁ ୨୦୧୩ରେ ପ୍ରତ୍ୟାହାର କରାଯିବାର ଯୋଜନା ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାଳ ବଢ଼ାଇ ଦିଆଯାଇଥିଲା।

ଏହା ୨୦୧୭ ଶେଷ ଭାଗକୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ବୋଲି ଚୀନ୍‌ କହିଥିଲେ ମଧ୍ୟ ଏହାକୁ ଫେରାଇ ଆଣିବା ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। କାରଣ ଦର୍ଶାଇବାକୁ ଯାଇ କେତେକ ବିଶେଷଜ୍ଞ କହିଥିଲେ କି, ଏହା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି।