ନୂଆଦିଲ୍ଲୀ: ଭାରତ ଉପରେ ଚୀନର ସତର୍କ ଦୃଷ୍ଟି ଜାରି ରହିଛି । ଭାରତ ଉପରେ ନଜର ରଖିବାକୁ ଚୀନ ପୁଣି ଥରେ ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ଉପକୂଳକୁ ପଠାଇଛି । ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚୀନ୍ର ଶକ୍ତିଶାଳୀ ଗୁପ୍ତଚର ଜାହାଜ ସି ୟାନ୍ ୬ ଭାରତ ମହାସାଗରରେ ପ୍ରବେଶ କରି ଭାରତ ଆଡ଼କୁ ଗତି କରୁଛି।

Advertisment

ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ସୂଚନା ଅନୁଯାୟୀ, ଜାହାଜଟି ଭାରତ ମହାସାଗର ମଝିରେ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହି କ୍ରମାଗତ ଭାବେ ଶ୍ରୀଲଙ୍କା ଆଡକୁ ଗତି କରୁଛି । ୨୦୧୯ ପରଠାରୁ ଭାରତ ମହାସାଗର ଅଞ୍ଚଳ (ଆଇଓଆର)ରେ ପ୍ରାୟ ୪୮ଟି ଚୀନ୍ ବୈଜ୍ଞାନିକ ଗବେଷଣା ଜାହାଜ ମୁତୟନ କରାଯାଇଛି, ଯେଉଁଥିରେ ମୁତୟନର ସାଧାରଣ କ୍ଷେତ୍ର ହେଉଛି ବଙ୍ଗୋପସାଗର ଏବଂ ଦକ୍ଷିଣ ତଥା ଆରବ ସାଗର।

ସି ୟାନ୍ ୬କୁ ଚୀନ୍ ଏକ ଗବେଷଣା ଜାହାଜ ବୋଲି କହୁଛି, ଯାହାକୁ ଚୀନର ନ୍ୟାସନାଲ ଆକ୍ୱାଟିକ୍ ରିସୋର୍ସେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଜେନ୍ସି (ଏନଏଆରଏ)ର ଗବେଷଣା କାମରେ ବିନିଯୋଗ କରିଥାଏ ।  କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ଏହା ଏକ ଚୀନ୍ ଗୁପ୍ତଚର ଜାହାଜ। ଭାରତର ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ନଜର ରଖିବାକୁ ଚୀନ ଏହାକୁ ପଠାଇଥିବା ସଂଦେହ କରାଯାଉଛି । ଶ୍ରୀଲଙ୍କାର ରାନିଲ ବିକ୍ରମସିଂହେ ସରକାର ଅକ୍ଟୋବର ମାସରେ ଏହି ଚୀନ୍ ଗବେଷଣା ଜାହାଜକୁ କଲମ୍ବୋ ବନ୍ଦରରେ ଡକ୍ କରିବାକୁ ଅନୁମତି ଦେଇଛନ୍ତି।