ବେଜିଂ: ନେପାଳରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ପ୍ରଥମ ଥର ମୁହଁ ଖୋଲିଛି ଚୀନ। ଏତେ ଦିନ ପରେ ଚୀନ ପକ୍ଷରୁ ଏକ ବିବୃତି ପ୍ରକାଶ ପାଇଛି। ବୁଧବାର ଦିନ, ଚୀନ ନେପାଳର ସମସ୍ତ ପକ୍ଷଙ୍କୁ ଘରୋଇ ସମସ୍ୟାର ସଠିକ୍ ଉପାୟରେ ସମାଧାନ କରିବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍, ଏକ ଗଣମାଧ୍ୟମ ବ୍ରିଫିଂରେ ନେପାଳର ପରିସ୍ଥିତି ଉପରେ ପ୍ରଥମ ଥର ପାଇଁ ମନ୍ତବ୍ୟ ଦେଇ କହିଛନ୍ତି, "ଚୀନ ଏବଂ ନେପାଳ ମଧ୍ୟରେ ପାରମ୍ପରିକ ସମ୍ପର୍କ ବନ୍ଧୁ ଏବଂ ପଡ଼ୋଶୀ ପରି। ଆମେ ଆଶା କରୁଛୁ ଯେ ନେପାଳରେ ଘରୋଇ ସମସ୍ୟାଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କରିବେ ଏବଂ ଯଥାଶୀଘ୍ର ସାମାଜିକ ବ୍ୟବସ୍ଥା ଏବଂ ଆଞ୍ଚଳିକ ସ୍ଥିରତା ଫେରାଇ ଆଣିବେ।'
ସୋସିଆଲ ମିଡିଆ ପ୍ରତିବନ୍ଧକକୁ ନେଇ ନେପାଳରେ ଆରମ୍ଭ ହୋଇଥିବା ଜେନ୍-ଜି ଆନ୍ଦୋଳନ ଯୋଗୁଁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା ଏବଂ ସରକାର ଭାଙ୍ଗିଯାଇଛି। ହେଲେ ଲିନ୍ ଜିଆନ୍, ଓଲିଙ୍କ ଇସ୍ତଫା ସଂପର୍କରେ କୌଣସି ଟିପ୍ପଣୀ ଦେଇନାହାନ୍ତି।
ଓଲିଙ୍କୁ ଜଣେ ଚୀନ୍ ସମର୍ଥକ ନେତା ଭାବରେ ବିବେଚନା କରାଯାଏ। ସେ ଚୀନ୍ ସହିତ ନେପାଳର ରଣନୈତିକ ସମ୍ପର୍କକୁ ଗଭୀର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/10/new-project-3-2025-09-10-16-57-09.jpg)