ବେଜିଂ: ଚୀନ୍ ନିଜର ସିଏଚ୍-୭ ଷ୍ଟିଲ୍ ଡ୍ରୋନ୍ର ପ୍ରଥମ ଫଟୋ ପ୍ରକାଶ କରିଛି। ଚୀନ୍ ଏରୋସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ୍ ଏହି ଡ୍ରୋନ୍କୁ ବିକଶିତ କରିଛି ବୋଲି ଦାବି କରୁଛି। ଏହାକୁ ରେନ୍ବୋ-୭ ମଧ୍ୟ କୁହାଯାଉଛି। କିନ୍ତୁ ଏହାର ଫଟୋ ସାମ୍ନାକୁ ଆସିବା ପରେ ଚୀନ୍ର ଜ୍ଞାନକୌଶଳ ଚୋରିର ପର୍ଦ୍ଦାଫାଶ୍ ହୋଇଛି।
ଚୀନ୍ର ମାନବବିହୀନ ଡ୍ରୋନ୍ର ଡିଜାଇନ୍ ଆମେରିକାର ବି-୨୧ ରାଇଡର୍ର ଏକ ସମ୍ପୂର୍ଣ୍ଣ ନକଲ ପରି ଦେଖାଯାଉଛି। ଆମେରିକୀୟ ବି-୨୧ ହେଉଛି ବୋମା ବର୍ଷଣକାରୀ। ଏହି ସମାନତା ପରେ ଚୀନ୍ ଆମେରିକାର ଡିଜାଇନ୍ ଚୋରି କରିଥିବା ବିଷୟରେ ଆଲୋଚନା ହେଉଛି।
ଚୀନ୍ ନିର୍ମିତ ସିଏଚ୍-୭ ଉଚ୍ଚ ଉଚ୍ଚତାରେ ଦୀର୍ଘକାଳୀନ ମିଶନ ପାଇଁ ଡିଜାଇନ୍ ହୋଇଛି । ଏଥିରେ ପୁନଃଅନୁସନ୍ଧାନ, ଗୁପ୍ତଚର ତଥ୍ୟ ସଂଗ୍ରହ ଏବଂ ଉଚ୍ଚ ସ୍ଥାନରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି। ଏହାର ଡେଣା ୨୨ ମିଟର ଏବଂ ଲମ୍ବ ୧୦ ମିଟର । ସିଏଚ୍-୭ରେ ଗୋଟିଏ ଟର୍ବୋଫିନ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା ଏହାକୁ ମ୍ୟାକ୍ ୦.୫ ରୁ ୦.୬ ବେଗରେ ଉଡ଼ିବାକୁ ସକ୍ଷମ କରିଥାଏ। ଏହାର ସର୍ବାଧିକ ଗତି ହେଉଛି ମ୍ୟାକ୍ ୦.୭୫ (ଘଣ୍ଟା ପ୍ରତି ୯୨୬କିଲୋମିଟର)। ଏହା ୧୩,୦୦୦ମିଟର ପର୍ଯ୍ୟନ୍ତ ଉଚ୍ଚତାରେ ଉଡିପାରେ। ଏକ ସମୟରେ ୧୫ ଘଣ୍ଟା ଏବଂ ୨୦୦୦ କିଲୋମିଟର ଯାଇପାରେ।
ଏହା ସର୍ବାଧିକ ୧୩,୦୦୦ କିଲୋଗ୍ରାମ ଓଜନ ଉଠାଇପାରିବ। ଏହାର ହାଲୁକା, ଫ୍ଲାଇଙ୍ଗ୍ ୱିଙ୍ଗ୍ ବିନ୍ୟାସକରଣ ରାଡାର ଚିହ୍ନଟ, ଉତ୍ତାପ ଏବଂ ଶବ୍ଦ ହ୍ରାସ ବୈଶିଷ୍ଟ୍ୟ ରହିଛି। ଏହାର ଚିହ୍ନଟ ନ ହେବା କ୍ଷମତା ଶତ୍ରୁର ବାୟୁ ପ୍ରତିରକ୍ଷାକୁ ଦମନ କରିବା ସହିତ ତଦାରଖ କରିବା ଏବଂ ଷ୍ଟାଣ୍ଡଅଫ୍ ଅସ୍ତ୍ର ନିୟୋଜନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ କରି ପାରିବ।
ତେବେ ଆମେରିକାର ବି-୨୧ ରାଇଡର୍ ସହିତ ଡିଜାଇନ୍ରେ ସମାନତା ଚୀନ୍ର ଟେକ୍ନୋଲୋଜି ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ବର୍ଷ ବର୍ଷ ଧରି ଚୀନ୍ର ପ୍ରତିରକ୍ଷା ଶିଳ୍ପ ଆମେରିକାରୁ ଟେକ୍ନୋଲୋଜି ହାସଲ କରି ଏହାକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି।
ଚୀନ୍ ଆମେରିକାର ଟେକ୍ନୋଲୋଜି ଚୋରି କରିବା ପ୍ରଥମ ଘଟଣା ନୁହେଁ। ଚାଇନାର ପଞ୍ଚମ ପିଢ଼ିର ଯୁଦ୍ଧବିମାନ ଜେ-୨୦କୁ ଆମେରିକାର ଏଫ୍-୨୨ ଏବଂ ଏଫ୍-୩୫ର ନକଲ ଭାବରେ ବିବେଚନା କରାଯାଏ। ସେହିଭଳି ଚୀନ୍ର ୱାଇ-୨୦ ପରିବହନ ବିମାନ ଆମେରିକୀୟ ସି-୧୭ ପରି ଦେଖାଯାଉଛି।
ଅଧିକ ପଢ଼ନ୍ତୁ: ଆମେରିକା ସୀମାରେ କ୍ୟାମେରା-ଡ୍ରୋନ୍ ଲଗାଇଲା କାନାଡା
ଏହି ସମାନତା ଚାଇନାର ପ୍ରତିରକ୍ଷା ଶିଳ୍ପ ବିଦେଶୀ ଡିଜାଇନ୍ ଉପରେ କେତେ ନିର୍ଭରଶୀଳ ତାହା ଉପରେ ପ୍ରଶ୍ନ ଉଠିଛି। ତେବେ ଚୀନ୍ ଅଧିକାରୀମାନେ କହିଛନ୍ତି ଯେ ଦେଶର ପ୍ରତିରକ୍ଷା ଶିଳ୍ପ ସ୍ବାଧୀନ ନବସୃଜନ କରିବାରେ ସକ୍ଷମ ହେଉଛି। ଚୀନ୍ ବସ୍ତୁ ବିଜ୍ଞାନ, ଆଭିଏନିକ୍ସ ଏବଂ ସେନ୍ସର ଟେକ୍ନୋଲୋଜିରେ ଦ୍ରୁତ ଅଗ୍ରଗତି କରୁଛି। ଆର୍ମି ସ୍ୱୀକୃତି ରିପୋର୍ଟ ଅନୁଯାୟୀ, ମାନବ ବିହୀନ ବିମାନ ସିଏଚ୍-୭ ଚାଇନାର ଟେକ୍ନୋଲୋଜି ଏବଂ ବିଦେଶୀ ପ୍ରଣାଳୀରୁ ପ୍ରେରଣା ନେଇ ଡିଜାଇନ୍ କରାଯାଇଛି।
ଅଧିକ ପଢ଼ନ୍ତୁ: ପୁଟିନ୍ ବାଧ୍ୟ ହୋଇ ଯୁଦ୍ଧ ବନ୍ଦ କରିବେ: ଟ୍ରମ୍ପଙ୍କ ଗୁପ୍ତ ଯୋଜନା!