ଶେନ୍ଜେନ୍: ମହାଶୂନ୍ୟରେ ଥାଇ କକ୍ଷପଥରେ ଘୂରୁଥିବା ‘ସିଆନ୍ହେ’ ନାମକ ‘ସ୍ପେସ୍ଷ୍ଟେସନ୍’ର ମୂଳ ପ୍ରକୋଷ୍ଠ ସହ ମିଳିତ ହେବା ଲାଗି ଶନିବାର ଦିନ ଚୀନ୍ ସଫଳତାର ସହ ଏକ ସ୍ବୟଂକ୍ରିୟ ସାମଗ୍ରୀ ପୁନଃଯୋଗାଣକାରୀ ମହାକାଶଯାନ ପ୍ରେରଣ କରିଛି। ମହାକାଶରେ ଚୀନ୍ ତା’ର ପ୍ରଥମ ସ୍ଥାୟୀ ‘ସ୍ପେସ୍ ଷ୍ଟେସନ୍’ ସମ୍ପୂର୍ଣ୍ଣ କରିବା ଲାଗି ଉଦ୍ଦିଷ୍ଟ କେତେଗୁଡ଼ିଏ ମହାକାଶୀୟ ଅଭିଯାନ ମଧ୍ୟରୁ ଏହା ଥିଲା ଦ୍ବିତୀୟ।
ହୈନାନ୍ର ଦକ୍ଷିଣ ଦ୍ବୀପରେ ଅବସ୍ଥିତ ‘ୱେସାଙ୍ଗ୍ ସ୍ପେସ୍ ଲଞ୍ଚ୍ ସେଣ୍ଟର୍’ରୁ ‘ଲଙ୍ଗ୍ ମାର୍ଚ-୭ ୱାଇ୩’ ଯୋଗେ ‘ସିଆଞ୍ଜୌ-ଟୁ’କୁ (ଚୀନ୍ ଭାଷାରେ ଏହାର ଅର୍ଥ ‘ସ୍ବର୍ଗୀୟ ତରୀ’) ଉତ୍କ୍ଷେପଣ କରାଯାଇଥିବା କଥା ‘ଚାଇନା ମ୍ୟାନ୍ଡ୍ ସ୍ପେସ୍ ଇଞ୍ଜିନିୟରିଙ୍ଗ୍ ଅଫିସ୍’ କହିଛି।
/sambad/media/post_attachments/wp-content/uploads/2021/05/china-2.jpg)
୨୦୨୨ରେ ପୂର୍ଣ୍ଣାଙ୍ଗ ହେବାକୁ ଥିବା ଚୀନ୍ର ସ୍ବବିକଶିତ ‘ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍’ ନିମନ୍ତେ ସମୁଦାୟ ୧୧ଟି ଅଭିଯାନ ଆବଶ୍ୟକ। ସେଥିରୁ ‘ସିଆଞ୍ଜୌ-ଟୁ’ ହେଉଛି ଦ୍ବିତୀୟ ଅଭିଯାନ। ସ୍ମରଣଯୋଗ୍ୟ, ଏପ୍ରିଲ୍ ଶେଷ ଆଡ଼କୁ ଉକ୍ତ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍’ ମୁଖ୍ୟ ଭାଗ ‘ସିଆନ୍ହେ’କୁ କକ୍ଷପଥରେ ଅବସ୍ଥାପନ କରାଯାଇଥିଲା।
‘ସିଆଞ୍ଜୌ-ଟୁ’ ଆପଣାଛାଏଁ ‘ସିଆନ୍ହେ’ ସହ ସମ୍ମିଳିତ ହୋଇ ଭବିଷ୍ୟତରେ ସେଠାକୁ ଯିବାକୁ ଥିବା ମହାକାଶଚାରୀଙ୍କ ଲାଗି ଆବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେବ।
ମହାକାଶରେ ଚୀନ୍ର ଏହି ‘ଥ୍ରି-ମଡ୍ୟୁଲ୍ ସ୍ପେସ୍ ଷ୍ଟେସନ୍’ର ଏକ ମାତ୍ର ପ୍ରତିଦ୍ବନ୍ଦ୍ବୀ ହେଉଛି ଆମେରିକା, ରୁଷ୍ ଓ ଜାପାନ ଆଦି ଦେଶଙ୍କ ସହଯୋଗରେ ଚାଲିଥିବା ‘ଇଣ୍ଟର୍ନ୍ୟାସ୍ନାଲ୍ ସ୍ପେସ୍’ ଷ୍ଟେସନ୍। ଚୀନ୍ ଏହି ସ୍ପେସ୍ ଷ୍ଟେସନ୍କୁ ବ୍ୟବହାର କରି ପାରିବ ନାହିଁ ବୋଲି ଆମେରିକା କଟକଣା ଜାରି କରିଥିଲା।