ଭାରତକୁ ବିପଦ! ଚାଇନା ପରୀକ୍ଷା କଲା ହାଇପର ସୋନିକ୍‌ ଏୟାରକ୍ରାଫ୍ଟ: ପରମାଣୁ ଯୁଦ୍ଧାସ୍ତ୍ର ସହ ମିସାଇଲ୍‌ଠାରୁ ଅଧିକ ବେଗରେ ଲକ୍ଷ୍ୟଭେଦ କରିବ

ବେଜିଂ: ଚୀନ୍‌ ତା’ର ସାମରିକ କ୍ଷମତା ଓ ଶକ୍ତିକୁ ବଢାଇ ଚାଲିଛି। ରବିବାର ଅତ୍ୟାଧୁନିକ ମିସାଇଲ୍‌ ବିରୋଧୀ ବ୍ୟବସ୍ଥାକୁ ଧ୍ୱଂସ କରିପାରିବା ଭଳି ଏକ ପରମାଣୁ ଯୁଦ୍ଧାସ୍ତ୍ର ବହନକାରୀ େଓ୍ଵଭରାଇଡର ହାଇପରସୋନିକ ଏୟାରକ୍ରାଫ୍ଟର ସଫଳ ପରୀକ୍ଷଣ କରିଛି। ସରକାରୀ ପରିଚାଳିତ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନର ନାମ ‘ଷ୍ଟାରି ସ୍କାଏ-୨’ ରଖାଯାଇଛି। ଚାଇନା ଏକାଡେମି ଅଫ୍‌ ଏରୋସ୍ପେଶ୍‌ ଏରୋଡାଇନାମିକ୍ସ ଦ୍ୱାରା ଏହି ହାଇପରସୋନିକ୍‌ ଏୟାରକ୍ରାଫ୍ଟ ପ୍ରସ୍ତୁତ କରାଯାଇଛି।

‘ଷ୍ଟାରିସ୍କାଏ-୨’ର ବିଶେଷତ୍ୱ ହେଲା ଯେକୌଣସି କ୍ରୁଜ ଓ ବାଲେଷ୍ଟିକ୍‌ ମିସାଇଲ୍‌ ଠାରୁ ଏହି ଏୟାରକ୍ରାଫ୍ଟ ଅଧିକ ବେଗରେ ଗତିକରିବ। କେବଳ ସେତିକି ନୁହେଁ, ପୃଥିବୀରେ ଏଯାବତ୍‌ ଉଦ୍ଭାବିତ ସବୁ ଆଣ୍ଟି-ମିସାଇଲ ବ୍ୟବସ୍ଥାକୁ ଏହା ଧ୍ୱଂସ କରିବାର କ୍ଷମତା ରହିଛି। ଯଦିଓ ଏହି େଓ୍ଵଭ୍‌ରାଇଡର ହାଇପରସୋନିକ ଏୟାରକ୍ରାଫ୍ଟର ବିଷୟରେ ଅଧିକ ତଥ୍ୟ ପ୍ରଦାନ କରାଯାଇ ନାହିଁ, କିନ୍ତୁ ପୃଥିବୀର ଯେକୌଣସି ଅଂଶକୁ ଏହା ଟାର୍ଗେଟ୍‌ କରିପାରିବ ବୋଲି କୁହାଯାଇଛି।

ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଥିବା ‘ଷ୍ଟାରି ସ୍କାଏ-୨’ କେବେ ଚୀନ୍‌ ବାୟୁସେନାରେ ସାମିଲ ହେବ ସେ ସଂପର୍କରେ ସୂଚନା ଦିଆଯାଇ ନାହିଁ। ଏହି ନୂତନ ଯୁଦ୍ଧ ବିମାନକୁ ଚୀନ୍‌ ଭାଷାରେ ‘ଜିଙ୍ଗକଙ୍ଗ-୨’ ଭାବେ ନାମକରଣ କରାଯାଇଛି। ଅନ୍ୟପକ୍ଷରେ ଗ୍ଲୋବାଲ ଟାଇମ୍ସ କହିଛି ଯେ ସାମରିକ କ୍ଷେତ୍ରରେ ଆମେରିକା ଓ ଋଷିଆର ସମକକ୍ଷ ହେବାକୁ ଚାହୁଁଛି ଚୀନ୍‌ ।

ସମ୍ବନ୍ଧିତ ଖବର