ବେଜିଂ: ପାକିସ୍ତାନ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି। ପାକିସ୍ତାନ ପାଇଛି ପ୍ରଥମ କିସ୍ତିର ଚୀନ ନିର୍ମିତ ଉନ୍ନତମାନର ଜେଏଫ୍-୧୭ ଲଢୁଆ ବିମାନ। ଚୀନ-ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ୨୦୦୭ରେ ଚୀନ ପ୍ରଥମ କରି ଜେଏଫ୍-୧୭ ଲଢୁଆ ବିମାନ ପାକିସ୍ତାନକୁ ଦେଇଥିଲା। ତେବେ ଏହି ଲଢୁଆ ବିମାନର ମରାମତି ସହିତ ଏହାର ଉନ୍ନତଧରଣର ବିମାନଗୁଡିକୁ ଏବେ ଚୀନ ପାକିସ୍ତାନକୁ ହସ୍ତାନ୍ତର କରିଛି। ଦୁଇ ଦେଶ ମଧ୍ୟରେ ୨୦୧୬ରେ ହୋଇଥିବା ଏକ ଚୁକ୍ତି ପରେ ଉକ୍ତ ବିମାନଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ୨୦୧୭ରେ ଆରମ୍ଭ ହୋଇଥିଲା। ଉକ୍ତ ଚୁକ୍ତି ଅନୁଯାୟୀ, ଚୀନର ଚଙ୍ଗ୍ସା ୫୭୧୨ ଏୟାର୍କ୍ରାଫ୍ଟ ଇଣ୍ଡଷ୍ଟ୍ରି ଲଢୁଆ ବିମାନଗୁଡି଼କର ଆଧୁନିକୀକରଣ କରି ପାକିସ୍ତାନକୁ ଯୋଗାଇଛି। ଏହି ବିମାନଗୁଡିକ ଚତୁର୍ଥ ପିଢ଼ିର ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଏହି ଉନ୍ନତଧରଣର ଜେଏଫ୍-୧୭ ଲଢୁଆ ବିମାନରେ ଇଲେକ୍ଟ୍ରୋନିକ୍ ରାଡ଼ାର ଖଞ୍ଜା ଯାଇଥିବା ଜଣାପଡିଛି। ପାକିସ୍ତାନ ଏଥିନିମନ୍ତେ ତାହାର ଅନେକ ବାୟୁସେନା କର୍ମଚାରୀଙ୍କୁ ପ୍ରଶିକ୍ଷଣ ପାଇଁ ଚୀନ ପଠାଇଥିଲା। ତଥ୍ୟ ଅନୁଯାୟୀ, ଉକ୍ତ ବିମାନଗୁଡିକର ମରାମତ ଏବଂ ଉନ୍ନତିକରଣ ଚୀନରେ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ପ୍ରଶିକ୍ଷିତ ପାକିସ୍ତାନୀ କର୍ମଚାରୀଙ୍କ ଦ୍ୱାରା କରାଯିବ।
୧୯୯୦ର ଅସ୍ତ୍ର କଟକଣା ପରେ ଆମେରିକା ପାକିସ୍ତାନକୁ ଏଫ୍-୧୬ ଲଢୁଆ ବିମାନ ଯୋଗାଇବା ବନ୍ଦ କରିଦେଇଥିଲା। ଏହାପରେ ପାକିସ୍ତାନ ଚୀନ୍ଠାରୁ ମିଳିଥିବା ଲଢୁଆ ବିମାନ ଉପରେ ଅଧିକ ନିର୍ଭର କରୁଛି। ତଥ୍ୟ ଅନୁଯାୟୀ ପ୍ରାୟ ୧୦୦ଟି ଉନ୍ନତ ଲଢୁଆ ବିମାନକୁ ବାୟୁସେନାରେ ନିୟୋଜିତ କରିବାକୁ ପାକିସ୍ତାନ ଏବେ ଯୋଜନା କରିଛି।
ପାକିସ୍ତାନକୁ ଚୀନ ଦେଲା ଜେଏଫ୍-୧୭ ଲଢୁଆ ବିମାନ
/sambad/media/post_attachments/wp-content/uploads/2019/05/pakistan-to-induct-63-chinas-jf-17-fighter-jets-by-2022-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)