କଶ୍ମୀର ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ !

ଶ୍ରୀନଗର :  କଶ୍ମୀର ଆତଙ୍କବାଦୀମାନଙ୍କୁ କେବଳ ପାକିସ୍ତାନ ନୁହେଁ, ଚୀନ ମଧ୍ୟ ସହାୟତା ଯୋଗାଉଥିବା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଆଜି କଶ୍ମୀରର ଅଓ୍ବନ୍ତିପୁରାଠାରେ ପୁଲିସ  ପକ୍ଷରୁ ଜଣେ ସଂଦିଗ୍ଧ ଆତଙ୍କବାଦୀ ପାଖରୁ ଏକ ଚୀନ ନିର୍ମିତ ହାତ ଗ୍ରେନେଡ୍ ଜବତ କରିଛି । ସଂପୃକ୍ତ ବ୍ୟକ୍ତିର ନାମ ଅମିର ଅସ୍ରଫ ଖାଁ ।

ଅସ୍ରଫ ପାଖରେ ବୋମା ଥିବା ଗୁପ୍ତ ସୁତ୍ରରୁ ଖବର ପାଇଁ ପୁଲିସ ଓ ସୁରକ୍ଷା ବାହିନୀ ତା ଘରେ ଚଢଉ କରିଥିଲେ । ତାଘରେ ଥିବା ଏକ ପ୍ଲାଷ୍ଟିକ ଡବାରୁ ଉକ୍ତ ଚୀନ ନିର୍ମିତ ଗ୍ରେନେଡ ଜବତ ହୋଇଥିଲା । ସୁରକ୍ଷାବଳଙ୍କ ବିରୋଧରେ ବ୍ୟବହାର ପାଇଁ ଏହି ଗ୍ରେନେଡ ଉଦ୍ଦିଷ୍ଟ ଥିଲା ବୋଲି ସେ ଜେରାବେଳେ ସ୍ବୀକାର କରିଛି ।

ଗତ କାଲି ମଧ୍ୟ ସୁରକ୍ଷା ବାହିନୀ ଦ୍ବାରା ଅଲ ବଦର ସଂଗଠନର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ମଧ୍ୟ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେହିପରି ସୁରକ୍ଷାବଳ ବୁଧବାରଦିନ ଜୈସ-ଇ-ମହମ୍ମଦର ୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ମଧ୍ୟ ବିପୁଳ ପରିମାଣର ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ଆଜି ଜମ୍ମୁ ଓ କଶ୍ମୀରର ସୋପିଆଁଠାରେ  ସୁରକ୍ଷାବାହିନୀ ଓ ସଂଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ଖବର ହସ୍ତଗତ ହୋଇଛି । ଗତକାଲି ବାରାମୁଲାର ଓ୍ବାନିଗ୍ରାମ ପାୟିନ କ୍ରିରୀ ଇଲାକାରେ ସେନା ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର