ମସୁଦ ଆଝାରକୁ ଘଣ୍ଟ ଘୋଡ଼ାଉଛି ଚୀନ୍

ଆତଙ୍କବାଦୀ ଘୋଷଣାକୁ ବିରୋଧ କରୁଛି, ଭାରତର ଦାବିକୁ ବାରମ୍ବାର ରୋକୁଛି

ୱାସିଂଟନ୍: ଭାରତରେ ଏକାଧିକ ଭୟଙ୍କର ଆକ୍ରମଣ ଘଟାଇ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍)ର ମୁଖ୍ୟ ମସୁଦ୍ ଆଝାରକୁ ଘଣ୍ଟ ଘୋଡ଼ାଉଛି ଚୀନ୍। ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ଭାରତ ଦାବି ଉଠାଉଥିବା ବେଳେ ଚୀନ୍ ଏଥିରେ ବାରମ୍ବାର ବାଧକ ସାଜୁଛି। କୌଣସିମତେ ଏହା ଆଝାରକୁ ଆତଙ୍କବାଦୀ ଘୋଷଣା କରାଇ ନଦେବାକୁ ‌େଯମିତି ବଦ୍ଧପରିକର ହୋଇଥିବା ଜଣାପଡୁଛି। ନିକଟ‌େର ଚୀନ୍ ଜାତିସଂଘରେ ମଧ୍ୟ ଭାରତର ଏହି ଦାବି ଉପରେ ପ୍ରହାର କରିଛି। ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ଭଳି ରାଷ୍ଟ୍ର ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ଏହି ଦାବିକୁ ସମର୍ଥନ କରିଥିବା ବେଳେ ଚୀନ୍ ଏହାକୁ ପ୍ରବଳ ବିରୋଧ କରଛି। ଚୀନ୍ ଏହାର ଯୁକ୍ତିରେ ଦର୍ଶ‌ାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦକୁ ନେଇ ଆଝାରକୁ ଆତଙ୍କବାଦୀ ଘୋଷଣା କରାଯିବାକୁ ଦାବି ହେଉଛି। କିନ୍ତୁ ଜାତିସଂଘ ନିରାପତ୍ତା ପରିଷଦରେ ଏ ବାବଦରେ ସମସ୍ତଙ୍କ ସହମତି ହୋଇପାରି ନାହିଁ। ତେଣୁ ଏହା ଭାରତର ଯୁକ୍ତିକୁ ଗ୍ରହଣ କରିବ ନାହିଁ ବୋଲି ଦର୍ଶାଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଭିଟୋ କ୍ଷମତା ରଖିଥିବା ଚୀନ୍ ଏହାର ଏକ ସ୍ଥାୟୀ ସଦସ୍ୟ। ଫଳରେ ଦେଶ ନିଜର ଏହି କ୍ଷମତାକୁ ଅପବ୍ୟବହାର କରି ଭାରତ ରାସ୍ତାରେ କଣ୍ଟା ସାଜୁଛି। ଚୀନ୍ ଏ ନେଇ କହିଛି ଯେ ଆଝାରକୁ ଆତଙ୍କବାଦୀ ଘୋଷଣା ନେଇ ପ୍ରଥମେ ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି ହେବା ଆବଶ୍ୟକ। କିନ୍ତୁ ପାକିସ୍ତାନ ପକ୍ଷରୁ ଏ ପର୍ଯ୍ୟନ୍ତ ଆଝାରକୁ ଆତଙ୍କବାଦୀ ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର