ପାକ୍‌ ସମର୍ଥନରେ ବାହାରିଲା ଚୀନ୍‌

ଏଫ୍‌ଏଟିଏଫ୍‌ ଗ୍ରେ ଲିଷ୍ଟ୍‍

ବେଜିଂ: ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଜାରି ରଖିଥିବା ଏବଂ ଆତଙ୍କବାଦୀ ସଂଗଠନର କାୟା ବିସ୍ତାରରେ ସହଯୋଗ କରୁଥିବାରୁ ପାକିସ୍ତାନକୁ ଫାଇନାନ୍‌୍‌ସିଆଲ ଏକ୍ସନ ଟାସ୍କ୍‌ ଫୋର୍ସ (ଏଫ୍‌ଏଟିଏଫ୍‌) ଏବେ ଗ୍ରେ ଲିଷ୍ଟ୍‍ ଅନ୍ତର୍ଭୁକ୍ତ କରିଛି। ଅନ୍ତର୍ଜାତୀୟ ସମୁଦାୟରେ ଏବେ ପାକିସ୍ତାନ ଆତଙ୍କବାଦ ପ୍ରସଙ୍ଗରେ ପୁଣି ଏକଘରିଆ ହୋଇଥିବାରୁ ପାକିସ୍ତାନର ସମର୍ଥନରେ ଚୀନ୍‌ ଆଗକୁ ଆସିଛି। ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚୀନ୍‌ ଏଫ୍‌୍‌ଏଟିଏଫ୍‌୍‌ ନିଷ୍ପତ୍ତିକୁ ବିରୋଧ କରିବା ସହ ପାକିସ୍ତାନ ଆତଙ୍କବାଦ ବିରୋଧରେ ଯଥେଷ୍ଟ ପଦକ୍ଷେପ ନେଇଥିବା କହିଛନ୍ତି। ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନ ଉପରେ ଭରସା କରିବା ଉଚିତ ବୋଲି ଚୀନ୍‌ କହିଛି। ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରରେ ବିପୁଳ ପୁଂଜି ନିବେଶ କରିଥବା ଚୀନ୍‌ ପାକିସ୍ତାନର ସାଂପ୍ରତିକ ସ୍ଥିତି ପାଇଁ ଉଦ୍‌୍‌ବେଗ ପ୍ରକାଶ କରିଛି। ପାକିସ୍ତାନ ନିଜେ ଆତଙ୍କବାଦର ବଡ଼ ଶିକାର ହୋଇଥିବାରୁ ଏହି ରାଷ୍ଟ୍ର ପ୍ରତି ଅନ୍ୟ ରାଷ୍ଟ୍ରମାନେ ସେମାନଙ୍କ ଦୃଷ୍ଟିକୋଣ ବଦଳାଇବା ଆବଶ୍ୟକ ବୋଲି ଚୀନ୍‌ କହିଛି। ଗ୍ରେ ଲିଷ୍ଟ୍‍ରେ ସାମିଲ ହୋଇଥିବା ଦେଶଙ୍କ ମଧ୍ୟରେ ପାକିସ୍ତାନର ସ୍ଥାନ ନବମ ବୋଲି ବୋଲି ଜଣାପଡ଼ିଛି। ଏଫ୍‌୍‌ଏଟିଫ୍‌ର ନିଷ୍ପତ୍ତିକୁ ଆଜି ଭାରତ ଏବଂ ଆମେରିକା ଜୋରଦାର୍‌ ସ୍ୱାଗତ କରି ଏ ବାବଦ ଆର୍ଥିକ କଟକଣା ତୁରନ୍ତ ଲାଗୁ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର