ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ପରେ ଭାଙ୍ଗିଯାଇଛି । ପାକିସ୍ତାନ ପୁଣି ଭାରତ ଉପରେ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି । ଏବେ ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଯାଇଛି । ଚୀନ କହିଛି ଯେ ସେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପଛରେ ରହିଛି । ଏହାର ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବ ।
ଚୀନର ଏହି ସମର୍ଥନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି ପାକିସ୍ତାନ । ତେବେ ପାକିସ୍ତାନର ଏପରି ଦୋମୁହାଁ ନୀତି ଯୋଗୁଁ ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି କଥା ସେ ଘୋଷଣା କରି କ୍ରେଡିଟ ନେବାକୁ ଚେଷ୍ଟା କରିଥିଲେ । ଏବେ ପାକିସ୍ତାନ ତାଙ୍କ ସହ ହିଁ ବିଶ୍ବାସଘାତକତା କରିଛି ।
ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପରେ ଯୁଦ୍ଧ ଆହୁରି ବଢିବାର ଆଶଙ୍କା ବଢିଯାଇଛି । ସେପଟେ ଏହି ପ୍ରସଙ୍ଗରେ ଆମେରିକାର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/29/oC8LpLORg09XWyUP7uQs.jpg)