ଚୀନ୍-ତାଇୱାନ ବିବାଦ: ହୋଟେଲ କକ୍ଷରେ ତାଇୱାନ ପ୍ରତିରକ୍ଷା ଅଧିକାରୀଙ୍କ ମୃତ୍ୟୁ

ତାଇପେଇ: ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚୀନ୍ ଓ ତାଇୱାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ସକାଳେ ରହସ୍ୟଜନକଭାବେ ଦକ୍ଷିଣ ତାଇୱାନର ଏକ ହୋଟେଲ କକ୍ଷରେ ତାଇୱାନ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଅଉ ୟାଙ୍ଗ ଲି-ସିଂହଙ୍କ ମୃତ ଶରୀର ପଡ଼ିଥିବାର ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଅଉ ୟାଙ୍ଗ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ନ୍ୟାସନାଲ ଚଙ୍ଗ-ସାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଉପମୁଖ୍ୟ ଥିଲେ, ଯେଉଁ ସଂସ୍ଥା କ୍ଷେପଣାସ୍ତ୍ର ନିର୍ମାଣ ପ୍ରକଳ୍ପର ବୁଝାଶୁଣା କରିଥାଏ ଏବଂ ସେ ଏକ ବିଜ୍‌ନେସ୍ ଟ୍ରିପ୍‌ରେ ଯାଇ ଉକ୍ତ ହୋଟେଲରେ ରହିଥିଲେ। ତାଇୱାନ ସରକାରଙ୍କ ପକ୍ଷରୁ ତାଙ୍କ ମୃତ୍ୟୁର କାରଣ ବିଷୟରେ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର