ଦଲାଇଲାମା ଚୟନ ପ୍ରସଙ୍ଗରେ ଭାରତକୁ ଚୀନର ଚେତାବନୀ

ନୂଆ ଦଲାଇଲାମା ଚୟନ ପ୍ରସଙ୍ଗକୁ ନେଇ ଭାରତକୁ ଚେତାବନୀ ଶୁଣାଇଛି ଚୀନ। ତିବ୍ବତ ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ଏ ପ୍ରସଙ୍ଗରେ ଭାରତ ହସ୍ତକ୍ଷେପ କରିବାରୁ ବିରତ ରହୁ ବୋଲି ଚୀନ କହିଛି ।

New Project (22)

ବେଜିଂ : ନୂଆ ଦଲାଇଲାମା ଚୟନ ପ୍ରସଙ୍ଗକୁ ନେଇ ଭାରତକୁ ଚେତାବନୀ ଶୁଣାଇଛି ଚୀନ। ତିବ୍ବତ ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ଏ ପ୍ରସଙ୍ଗରେ ଭାରତ ହସ୍ତକ୍ଷେପ କରିବାରୁ ବିରତ ରହୁ ବୋଲି ଚୀନ କହିଛି । ଆଗକୁ ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି । 

ଶୁକ୍ରବାର ଭାରତର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦେଇଥିବା ମନ୍ତବ୍ୟ ଉପରେ ଆଜି ଆପତ୍ତି ଉଠାଇଛି ଚୀନ । ରିଜିଜୁ କହିଥିଲେ ଯେ ଦଲାଇଲାମା ତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଉତ୍ତରାଧିକାରୀ ବାଛିବା ଉଚିତ। ଏହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଭାରତ ତିବ୍ଦତ ସହ ଜଡିତ ପ୍ରସଙ୍ଗ ଉପରେ ସତର୍କତାର ସହ କାର୍ଯ୍ୟ କରିବା ଉଚିତ ଯଦ୍ବାରା ଦ୍ବିପାକ୍ଷିକ ସମ୍ପର୍କରେ ଚାଲିଥିବା ସୁଧାର ପ୍ରଭାବିତ ହେବ ନାହିଁ । 

ରିଜିଜୁଙ୍କ ମନ୍ତବ୍ୟ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତ ୧୪ତମ ଦଲାଇଲାମାଙ୍କ ଚୀନ୍ ବିରୋଧୀ ବିଚ୍ଛିନ୍ନତାବାଦୀ ସ୍ୱଭାବ ବିଷୟରେ ସ୍ପଷ୍ଟ ହେବା ଉଚିତ ଏବଂ ଜିଜାଙ୍ଗ (ତିବ୍ଦତ) ସହ ଜଡିତ ପ୍ରସଙ୍ଗରେ ଏହାର ପ୍ରତିବଦ୍ଧତାକୁ ସମ୍ମାନ କରିବା ଉଚିତ। ଚୀନ୍ ତିବ୍ଦତକୁ ଜିଜାଙ୍ଗ ବୋଲି ଉଲ୍ଲେଖ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe