ତାଇଓ୍ବାନ ମାମଲାରେ ମୁଣ୍ଡ ପୁରାଇଲେ ପରମାଣୁ ଆକ୍ରମଣ କରିବୁ : ଜାପାନକୁ ଚୀନର ଧମକ

ବେଜିଂ : ଜାପାନକୁ ପରମାଣୁ ଆକ୍ରମଣ ଧମକ ଦେଇଛି ଚୀନ । ଜାପାନ ଯଦି ତାଇଓ୍ବାନ ମାମଲାରେ ମୁଣ୍ଡ ପୁରାଏ ତେବେ ଜାପାନ ଉପର ଭୟଙ୍କର ପରମାଣୁ ଆକ୍ରମଣ କରାଯିବ ବୋଲି ଚୀନର କମ୍ୟୁନିଷ୍ଟ ପାର୍ଟି ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦିଆଯାଇଛି ।

ଏହି ଭିଡିଓ ବାର୍ତ୍ତାରେ କୁହାଯାଇଛି ଯେ ଅଣପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ଉପରେ ପରମାଣୁ ଆକ୍ରମଣ ନ କରିବାକୁ ଚୀନର ଯେଉଁ ନୀତି ଅଛି ଜାପାନ କ୍ଷେତ୍ରରେ ତାହା ଲାଗୁ ହେବ ନାହିଁ । ଚୀନର ତାଇଓ୍ବାନ ଅଧିକାର ବେଳେ ଜାପାନ ଯଦି ହସ୍ତକ୍ଷେପ କରେ ତେବେ ଜାପାନ ଉପରେ ବାରମ୍ବାର ପରମାଣୁ ଆକ୍ରମଣ କରାଯିବ ଓ ଜାପାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବ । ଏହି ଭିଡିଓ ଜାରି କରିବାର କିଛି ସମୟ ପରେ ତାହାକୁ ପ୍ରତ୍ୟାହାର କରିନିଆଯାଇଛି ।

ସୂଚନାଯୋଗ୍ୟ ଯେ ତାଇଓ୍ବାନକୁ ନିଜର ଅଂଚଳ ବୋଲି ଦାବି କରୁଛି ଚୀନ ଓ ଏହାକୁ ଅଧିକାର କରିବାକୁ ଷଡ଼ଯନ୍ତ୍ର କରୁଛି । କିନ୍ତୁ ଚୀନର ଏହି ଉଦ୍ୟମକୁ ଆମେରିକା ଓ ଜାପାନ ଆଦି ଦେଶ ବିରୋଧ କରୁଛନ୍ତି ।

ସମ୍ବନ୍ଧିତ ଖବର