ଆତଙ୍କବାଦୀ ମାସୁଦ୍‌କୁ ବଞ୍ଚାଉଥିବା ଚୀନ୍‌ ଏବେ ଭାରତକୁ ୧ଲକ୍ଷ ୮୦ହଜାର ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ ଯୋଗାଇବାରେ ସାହାଯ୍ୟ କରିବ, ଜାଣନ୍ତୁ କେମିତି?

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ୍‌କୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ଚେଷ୍ଟା ଚଳାଇଥିବା ବେଳେ ଚୀନ୍‌ ବାଟର କଣ୍ଟା ସାଜିଛି । ଯାହା ପାଇଁ ସାରା ଭାରତ ଚୀନ୍‌କୁ ବିରୋଧ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଏବେ ଚୀନ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତକୁ ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ଦେବାରେ ଚୀନ୍‌ ସାହାଯ୍ୟ କରିବ ବୋଲି ଜଣା ପଡ଼ିଛି । ସିଧାସଳଖ ଭାବେ ନ ହେଲେ ମଧ୍ୟ ଭାରତ ପାଇଁ ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ତିଆରି କରୁଥିବା କମ୍ପାନୀକୁ କଞ୍ଚା ମାଲ ଦେଇ ଚୀନ୍‌ ଭାରତକୁ ସାହାଯ୍ୟ କରିବାକୁ ଯାଉଥିବା ଜଣାପଡ଼ିଛି ।

Army Times

ସୂଚନା ମୁତାବକ, ଭାରତୀୟ ସେନା ପକ୍ଷରୁ ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ପାଇଁ ଅନେକ ପୂର୍ବରୁ ଦାବି କରାଯାଇ ସାରିଛି । ଏତେ ଦିନ ପରେ କେନ୍ଦ୍ର ସରକାର ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ କିଣିବା ପାଇଁ ମଞ୍ଜୁରୀ ଦେଇ ସାରିଥିବା ବେଳେ ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ତିଆରି କରିବାର ଦାୟିତ୍ୱ ଏସ୍‌ଏମ୍‌ପିପି ନାମକ ଏକ କମ୍ପାନୀକୁ ଦିଆ ଯାଇଛି । ପ୍ରଥମେ ଏସ୍‌ଏମ୍‌ପିପି କମ୍ପାନୀ ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ତିଆରି କରିବା ପାଇଁ ୟୁରୋପୀୟ ଦେଶରୁ କଞ୍ଚା ମାଲ ମଗାଇବାର ଯୋଜନା ରଖିଥିଲା । କିନ୍ତୁ ଏବେ କମ୍ପାନୀ ନିଜ ଯୋଜନାରେ ପରିବର୍ତ୍ତନ ଆଣି ୪୦ପ୍ରତିଶତ କଞ୍ଚାମାଲ ଚୀନ୍‌ରୁ ମଗାଇବାକୁ ଯାଉଥିବା ଜଣା ପଡ଼ିଛି । ସର୍ବମୋଟ୍‌ ୧ଲକ୍ଷ ୮୦ହଜାରଟି ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ତିଆରି କରିବାର ଯୋଜନା ରହିଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ୧୦ହଜାର ବୁଲେଟପ୍ରୁଫ୍‌ ଜ୍ୟାକେଟ୍‌ ପ୍ରଥମ ଦଫାରେ ସେନାକର୍ମୀଙ୍କୁ ଦେଇ ଦିଆଯିବ ।

ସମ୍ବନ୍ଧିତ ଖବର