ଚୀନ୍‌ ଆଣିବ ନୂଆ ଆଇନ: ପିଲାଙ୍କ ଖରାପ ବ୍ୟବହାର ପାଇଁ ବାପାମା’ ଦଣ୍ଡିତ ହେବେ

ବେଜିଂ : ଚୀନ୍‌ରେ ଯଦି ପିଲାମାନେ ଅତି ଖରାପ ବ୍ୟବହାର ଦେଖାନ୍ତି କିମ୍ବା ଅପରାଧ କରନ୍ତି ତାହେଲେ ସେଥିପାଇଁ ‌ସେମାନଙ୍କ ବାପାମା’ ଦଣ୍ଡିତ ହେବେ। ଚୀନ୍‌ ସରକାର ଏଭଳି ଏକ ଆଇନ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପାରିବାରିକ ଶିକ୍ଷା ପ୍ରୋତ୍ସାହନ ଆଇନ ଚିଠାରେ ଏହି ବ୍ୟବସ୍ଥା ରହିଛି। ପିଲାଙ୍କ ଖରାପ ବ୍ୟବହାର ପାଇଁ ବାପାମା’ମାନଙ୍କୁ ଭର୍ତ୍ସନା କରାଯିବ ଏବଂ ଏପରିକି ସେମାନଙ୍କୁ ପାରିବାରିକ ଶିକ୍ଷା ମାଗଦର୍ଶିକା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ଲାଗି ନିର୍ଦ୍ଦେଶ ଦିଆଯିବ।

କିଶୋରମାନେ ଖରାପ ବ୍ୟବହାର ପ୍ରଦର୍ଶନ କରିବାର ଅନେକ କାରଣ ରହିଛି। ପାରିବାରିକ ଶିକ୍ଷାର ଅଭାବ ଏହାର ବଡ଼ କାରଣ ବୋଲି ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବିଧେୟକ ବ୍ୟାପାର ପ୍ରବକ୍ତା ଜାଙ୍ଗ ତାୱେଇ କହିଛନ୍ତି। ଚଳିତ ସପ୍ତାହରେ ଏହି ଚିଠା ଆଇନକୁ ଏନପିସିର ସ୍ଥାୟୀ କମିଟି ସମୀକ୍ଷା କରିବ। ଆବଶ୍ୟକସ୍ଥଳେ ଏହି ଆଇନରେ ଅଧିକ କଠୋର ବ୍ୟବସ୍ଥା ରହିବ ବୋଲି କୁହାଯାଇଛି। ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ଖରାପ ବ୍ୟବହାର ଓ ଅପରାଧିକ କାର୍ଯ୍ୟ ପାଇଁ ଅଭିଭାବକମାନଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଏହି ଚିଠାରେ ୩୦ରୁ ଅଧିକ ପ୍ରାବଧାନ ରହିଛି।

ସମ୍ବନ୍ଧିତ ଖବର