ହାଇ-ସ୍ପିଡ୍‌ ଟ୍ରେନ୍‌ ପାଇଁ ପ୍ରଥମ କରି ସମୁଦ୍ର ଭିତରେ ଟନେଲ୍‌ ତିଆରି କରିବ ଚୀନ୍‌

ବେଜିଙ୍ଗ୍‌: ଅତି ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନିମନ୍ତେ ସମୁଦ୍ର ମଧ୍ୟରେ ଚୀନ୍‌ ପ୍ରଥମ କରି ତା’ର ସୁଡ଼ଙ୍ଗ ନିର୍ମାଣ କରିବ। ଏହା ଫଳରେ ପୂର୍ବାଞ୍ଚଳ ପ୍ରଦେଶ ଝେଜିଆଙ୍ଗ୍‌ରେ ଥିବା ଦୁଇଟି ସହର ମଧ୍ୟରେ ଯାତାୟାତ ସମୟ ୯୦ ମିନିଟ୍‌ରୁ କମି ୩୦ ମିନିଟ୍‌ ହୋଇଯିବ।

ସମୁଦାୟ ୭୦. ୯୨ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପର ୧୬. ୨ କିଲୋମିଟର୍‌ ହେଉଛି ସମୁଦ୍ର ମଧ୍ୟସ୍ଥ ସୁଡ଼ଙ୍ଗ। ଏହା ପୂର୍ବ ଝେଜିଆଙ୍ଗ୍‌ରେ ଥିବା ନିଙ୍ଗ୍‌ବୋ ସହରକୁ ଦ୍ୱୀପ ସହର ଝୌସାନ୍‌ ସହ ସଂଯୋଗ କରିବ।

ଘଣ୍ଟା ପ୍ରତି ୨୫୦ କିଲୋମିଟର୍‌ ବେଗରେ ଚାଲିବା ଭଳି ଟ୍ରେନ୍‌ଗୁଡ଼ିକୁ ଗଢ଼ା ଯାଇଛି। ଫଳରେ ଦୁଇ ସହରକୁ ଯାତାୟାତ ପାଇଁ ଲାଗୁଥିବା ଦେଢ଼ ଘଣ୍ଟାର ସମୟ କଟିଯାଇ ମାତ୍ର ଅଧଘଣ୍ଟାଏ ଲାଗିବ।

ଚୀନ୍‌ର ଅତି ବେଗଗାମୀ ରେଳପଥର ଦୈର୍ଘ୍ୟ ୨୫୦୦୦ କିଲୋମିଟର ହେଲାଣି। ହିସାବରେ ସମଗ୍ର ବିଶ୍ୱର ୬୦%ରୁ ବେଶୀ ହେବ।
ଚୀନ୍‌ରେ ଅତି ଦ୍ରୁତଗାମୀ ରେଳପଥ ନିର୍ମାଣ କରିଥିବା ପ୍ରଥମ ପ୍ରଦେଶଗୁଡ଼ିକ ମଧ୍ୟରେ ଝେଜିଆଙ୍ଗ୍‌ ପ୍ରଦେଶ ଅନ୍ୟତମ।

ସମ୍ବନ୍ଧିତ ଖବର