କରୋନା ପ୍ରଭାବ ଓ ସୀମା ବିବାଦକୁ ଦେଖି ଭାରତରୁ ନିଜ ନାଗରିକମାନଙ୍କୁ ଫେରାଇ ନେବ ଚୀନ, ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ କୋଭିଡ -୧୯ ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ନିଜ ନାଗରିକମାନଙ୍କୁ ଭାରତରୁ ପ୍ରତ୍ୟାବର୍ତ୍ତନ କରାଇ ନେବାକୁ ଯୋଜନା କରୁଛି ବୋଲି ସୋମବାର ଦିନ ନୂଆଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ଦୂତାବାସ ୱେବସାଇଟରେ ପ୍ରକାଶିତ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତରେ ଫସି ରହିଥିବା ଛାତ୍ର, ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କୁ ସ୍ୱତନ୍ତ୍ର ବିମାନରେ ଚୀନ୍ ଫେରିବାକୁ ଅନୁମତି ଦିଆଯିବ।

ଭାରତରେ ଅଧ୍ୟୟନ କରୁଥିବା କିମ୍ବା ରହୁଥିବା ଏବଂ କାର୍ଯ୍ୟ କରୁଥିବା ଚୀନର ନାଗରିକଙ୍କ ସଂଖ୍ୟା ତୁରନ୍ତ ଉପଲବ୍ଧ ନଥିଲା। ଏବେ ରିପୋର୍ଟ ସାମ୍ନାକୁ ଆସିବା ପରେ ଚୀନ୍ ଦେଶକୁ ଫେରିବାକୁ ଇଚ୍ଛୁକ ଥିବା ନାଗରିକମାନଙ୍କୁ ମେ ୨୭ତାରିଖ ସକାଳ ସୁଦ୍ଧା  ନିଜ ନିଜର ନାମ ପଞ୍ଜୀକରଣ କରିବାକୁ କହିଛି। ଅବଶ୍ୟ ଚୀନ ଅଭିମୁଖେ ସ୍ୱତନ୍ତ୍ର ବିମାନ କେବେ କିମ୍ବା କେଉଁଠାରୁ ଉଡ଼ାଣ ଭରିବ ତାହା ଏଥିରେ ଉଲ୍ଲେଖ କରାଯାଇ ନାହିଁ।

Mid-sized airports have their day in the sun | ACI World Blog
ACI Insights – ACI World

ସଂପ୍ରତି ଦୁଇ ଦେଶ ମଧ୍ୟରେ ସୀମା ବିବାଦ ସହିତ ଭାରତ ଏବଂ ଚୀନ୍ ମଧ୍ୟରେ ବଢୁଥିବା ତିକ୍ତତା କାରଣରୁ  ଚୀନ୍ ନିଜର ନାଗରିକମାନଙ୍କୁ ଭାରତରୁ ପ୍ରତ୍ୟାବତ୍ତର୍ନ କରାଇନେବା ଉଦ୍ଦେଶ୍ୟରେ ଏହି ବିଜ୍ଞପ୍ତି ଜାରି କରିଥିବା କୁହାଯା‌ଉଛି । ସୋମବାର ସକାଳେ ମାଣ୍ଡାରିନରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁମାନେ ସ୍ୱତନ୍ତ୍ର ବିମାନ ଯୋଗେ ଚୀନ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ବିମାନ ଟିକେଟ ପାଇଁ ଟଙ୍କା ଦେବାକୁ ପଡିବା ସହ ପହଂଚିବା ପରେ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ହେବ |

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ସଂପୃକ୍ତ ବିଭାଗର ଏକୀକୃତ ବ୍ୟବସ୍ଥା ଅନୁଯାୟୀ ଭାରତରେ ଥିବା ଚୀନ୍ ଦୂତାବାସ ଏବଂ ଭାରତର ବାଣିଜ୍ୟ ଦୂତାବାସ ଚୀନର ଛାତ୍ର, ପର୍ଯ୍ୟଟକ ଏବଂ ଅସ୍ଥାୟୀ ବ୍ୟବସାୟୀଙ୍କୁ ଚୀନ ଫେରିବା ପାଇଁ ସାହାଯ୍ୟ କରିବ | କୋଭିଡ -୧୯ ରୋଗରେ ଆକ୍ରାନ୍ତ, ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ଲୋକ କିମ୍ବା ୧୪ଦିନ ଧରି ଜ୍ୱର ଏବଂ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଉଡ଼ାଣ ନଭରିବାକୁ ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ବାରଣ କରାଯାଇଛି। ଚୀନ ନାଗରିକଙ୍କୁ ସେମାନଙ୍କର ଚିକିତ୍ସା ଇତିହାସ ନଲୁଚାଇବାକୁ ମଧ୍ୟ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର