ଜୁନ୍‌ ୧୭ରେ ‘ସେନ୍‌ଝୌ’ ମହାକାଶଯାନରେ ୩ଜଣ ମହାକାଶଚାରୀଙ୍କୁ ‘ମହାକାଶକ କେନ୍ଦ୍ର’ ନିର୍ମାଣ ଲାଗି ପଠାଇବ ଚୀନ୍‌

ନୂଆଦିଲ୍ଲୀ: ଗୁରୁବାର ସକାଳ ୯. ୨୨ରେ ଗୋବି ମରୁଭୂମିରୁ ଉତ୍‌କ୍ଷେପଣ ହେବାକୁ ଥିବା ମହାକାଶଯାନରେ ଚୀନ୍‌ ୩ଜଣ ମହାକାଶଚାରୀଙ୍କୁ ପ୍ରେରଣ କରିବ ବୋଲି ‘ଚାଇନା ମ୍ୟାନ୍‌ଡ୍‌ ସ୍ପେସ୍‌ ଏଜେନ୍ସି’ର (ସିଏମ୍‌ଏସ୍‌ଏ) ଜଣେ ଅଧିକାରୀ କହିଛନ୍ତି।

ମାନବବାହୀ ମହାକାଶଯାନା ‘ସେନ୍‌ଝୌ’ (ଚୀନ୍‌ ଭାଷାରେ ଏହାର ଅର୍ଥ ‘ନୈସର୍ଗିକ ପୋତ’କୁ ଉତ୍ତରପଶ୍ଚିମ ଚୀନ୍‌ସ୍ଥିତ ‘ଜିଉକ୍ବାନ୍‌ ସାଟେଲାଇଟ୍‌ ସେଣ୍ଟର୍‌’ରୁ ଉତ୍‌କ୍ଷେପଣ କରାଯିବ ବୋଲି ବୁଧବାର ଦିନ ‘ସିଏମ୍‌ଏସ୍‌ଏ’ କହିଛି।

Image Courtesy of The Indian Express

କଠିନ ପରୀକ୍ଷା ପରେ ନିଏ ହୈସେଙ୍ଗ୍‌, ଲିଉ ବମିଙ୍ଗ୍‌ ଏବଂ ସାଙ୍ଗ୍ ହୋଙ୍ଗବୋ ନାମରେ ତିନିଜଣ ମହାକାଶଚାରୀଙ୍କୁ ଏହି ମହାକାଶଯାନରେ ପଠାଯିବାକୁ ଚୟନ କରାଯାଇଛି।

‘ସିଙ୍ଗ୍‌ହୁଆ’ ନିଉଜ୍‌ ଏଜେନ୍ସି କହିଛି, ଚୀନ୍‌ର ମହାକାଶ କେନ୍ଦ୍ର ନିର୍ମାଣ ନିମନ୍ତେ ତିନିଜଣ ମହାକାଶଚାରୀଙ୍କୁ ପଠାଯିବ। କକ୍ଷପଥରେ ପ୍ରବେଶ କରିବା ପରେ ମହାକାଶଯାନଟି ପୂର୍ବରୁ କକ୍ଷପଥରେ ପରିକ୍ରମା କରୁଥିବା ମହାକାଶ କେନ୍ଦ୍ରର ‘ଢାଞ୍ଚା’ ‘ତିଆନ୍‌ହେ’ ସହ ଆପଣାଛାଏଁ ସମ୍ମିଳିତ ହୋଇଯିବ। ମହାକାଶଯାନ ‘ସେନ୍‌ଝୌ-୧୨‘ରେ ଥିବା ମହାକାଶଚାରୀମାନେ ଉକ୍ତ କକ୍ଷପଥରେ ପରିକ୍ରମା କରୁଥିବା ୧୬.୬ ମିଟର ଦୀର୍ଘ ଏବଂ ୪.୨ ମିଟର୍ ବ୍ୟାସବିଶିଷ୍ଟ ‘ସିଲିଣ୍ଡର୍‌’ ଆକୃତିର ‘ତିଆନ୍‌ହେ’ ମଧ୍ୟରେ ୩ ମାସ ରହିବେ।

ସୂଚନାଯୋଗ୍ୟ, ଚୀନ୍‌ର ‘ମହାକାଶ କେନ୍ଦ୍ର’ ସମ୍ପୂର୍ଣ୍ଣ ନିମନ୍ତେ ହେବାକୁ ଥିବା ୧୧ଟି ଅଭିଯାନରୁ ‘ସେନ୍‌ଝୌ-୧୨’ ହେବ ତୃତୀୟ ଅଭିଯାନ।

ସମ୍ବନ୍ଧିତ ଖବର