କରୋନାଭାଇରସର ଉତ୍ପତ୍ତିସ୍ଥଳର ଊହାନରୁ ଆସନ୍ତାକାଲି ଲକଡାଉନ ଉଠାଇବ ଚୀନ୍

ବେଜିଙ୍ଗ୍: ହୁବେଇ ପ୍ରଦେଶର ରାଜଧାନୀ ଊହାନରୁ ଆସନ୍ତାକାଲି ଠାରୁ ଲକଡାଉନ ଉଠାଇ ଦିଆଯିବ ବୋଲି ଚୀନ୍ ମଙ୍ଗଳବାର ଦିନ ଘୋଷଣା କରିଛି । ଗତବର୍ଷ କରୋନାଭାଇରସ୍ ସଂକ୍ରମଣ କଥା ଜଣାପଡ଼ିବା ପରେ ତିନି ମାସ ଧରି ସେଠାରେ ଲକଡାଉନ ଲାଗୁ କରାଯାଇଥିଲା । ଆସନ୍ତାକାଲି ସେଠାରେ ଗମନାଗମନ ଉପରେ ଥିବା କଟକଣା ପ୍ରତ୍ୟାହାର କରି ନିଆଯିବ । ଏହା ପରେ ଏପ୍ରିଲ୍ ୮ ତାରିଖ ଦିନ ଏହି ଅଞ୍ଚଳରୁ ଲକଡାଉନ୍ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯିବ ।

କେନ୍ଦ୍ରୀୟ ଚୀନର ଊହାନ୍ ସହରରେ କ୍ରମାଗତ ପାଞ୍ଚ ଦିନ ଧରି କୌଣସି ନୂଆ ସଂକ୍ରମଣ ମାମଲା ଆସି ନ ଥିଲା । କିନ୍ତୁ, ସୋମବାର ଦିନ ଗୋଟିଏ ନୂଆ ସଂକ୍ରମଣ ମାମଲା ରେଜିଷ୍ଟ୍ରି କରାଯାଇଥିଲା ।

Image Source: Money Control

୫୬ ନିୟୁତ ଜନସଂଖ୍ୟା ଥିବା ହୁବେଇ ପ୍ରଦେଶ ଏବଂ ଊହାନକୁ ଜାନୁଆରି ୨୩ ତାରିଖ ଠାରୁ କଠୋର ଲକଡାଉନରେ ରଖାଯାଇଥିଲା । ଲୋକମାନଙ୍କର ଗମନାଗମନ ଓ ପରିବହନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିଲା ।

ବୁଧବାର ଠାରୁ ଆରମ୍ଭ ହେଉଥିବା ଏକ ସବୁଜ କୋଡ୍ ନେଇ ହୁବେଇ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକେ ଗମନାଗମନ କରିପାରିବେ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା କଥା ଏକ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି ।

ସମ୍ବନ୍ଧିତ ଖବର