ରୋହିଙ୍ଗ୍ୟା ବିବାଦରେ ମିଅାଁମାର୍‌ ଏବଂ ବାଂଲାଦେଶ ମଧ୍ୟରେ ମଧ୍ୟସ୍ଥତା କରିବ ଚୀନ୍‌

ବେଜିଙ୍ଗ୍‌: ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ ପ୍ରସଙ୍ଗରେ ବାଂଲାଦେଶ ଏବଂ ମିଅାଁମାର୍‌ ମଧ୍ୟରେ ଉପୁଜିଥିବା ବିବାଦରେ ମଧ୍ୟସ୍ଥତା କରିବାକୁ ଚୀନ୍‌ ପ୍ରସ୍ତାବ ଦେଇ ମାନବୀୟ ଦୁର୍ବିପାକ ସମ୍ବନ୍ଧରେ ସୋମବାର ଦିନ ଏକ ତ୍ରିସ୍ତରୀୟ ସମାଧାନ ଘୋଷଣା କରିଛି। ଉଭୟ ଦେଶ ସେ ପ୍ରସ୍ତାବ ଗ୍ରହଣ କରିଥିବା କଥା ଚୀନ୍‌ କହିଛି।

୨୦୧୬-୧୭ ସଙ୍କଟ ପୂର୍ବରୁ ମିଅାଁମାର୍‌ରେ ଏକ ନିୟୁତ ରୋହିଙ୍ଗ୍ୟା ଥିଲେ ବୋଲି ଆକଳନ କରାଯାଇଥିଲା। ଅକ୍ଟୋବର ୨୨ ତାରିଖ ଦିନ ଜାତିସଂଘ ରିପୋର୍ଟ କହିଥିଲା ଯେ ରାଖିନେ ଓ ମିଅାଁମାର୍‌ରୁ ଅଗଷ୍ଟ ୨୫ ତାରିଖ ଠାରୁ ୬୦୩, ୦୦୦ ଶରଣାର୍ଥୀ ବାଂଲାଦେଶକୁ ଚାଲିଯାଇଛନ୍ତି। ନଭେମ୍ବର ୨ ତାରିଖ ସୁଦ୍ଧା ଏହି ସଂଖ୍ୟା ୬୨୪, ୦୦୦କୁ ବୃଦ୍ଧି ପାଇଛି। ମୁଖ୍ୟତଃ ମୁସଲମାନ ହୋଇଥିବାରୁ ରୋହିଙ୍ଗ୍ୟାମାନଙ୍କୁ ବିଶ୍ୱର ସବୁଠୁ ନିର୍ଯାତିତ ସଂଖ୍ୟାଲଘୁ ବୋଲି ଜାତିସଂଘ ବର୍ଣ୍ଣନା କରିଛି।

ଚୀନ୍‌ର ଉଦ୍ୟମକୁ ବାଂଲାଦେଶ ଏବଂ ମିଅାଁମାର୍‌ ଅନୁମୋଦ କରିଥିବା କଥା ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍‌ ସୋମବାର ଦିନ କହିଛନ୍ତି। ସମ୍ପ୍ରତିକ ସଙ୍କଟ ସମାଧାନ କରିବାରେ ପ୍ରସ୍ତାବଟି ସହାୟକ ହେବ ବୋଲି ଆଶା କରାଯାଉଛି।

ନିଜ ଦେଶର ଭାବନା ସଂକ୍ରାନ୍ତରେ ଅବଗତ କରାଇବାକୁ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ୍‌ ୟି ଏବେ ବାଂଲାଦେଶ ଏବଂ ମିଅାଁମାର ଗସ୍ତରେ ଅଛନ୍ତି। ନିର୍ଯାତିତ ରୋହିଙ୍ଗ୍ୟାମାନଙ୍କ ବାଂଲାଦେଶ ପଳାୟନକୁ ବନ୍ଦ କରିବାକୁ ମିଅାଁମାର ଅସ୍ତ୍ରବିରତି ଲାଗୁ କରୁ ବୋଲି ବେଜିଙ୍ଗ୍‌ ମିଅାଁମାର୍‌କୁ ପ୍ରରୋଚନା ଦେବାକୁ ଉଦ୍ୟମ କରୁଛି। ଯେଉଁମାନେ ବାଂଲାଦେଶ ଚାଲିଯାଇଛନ୍ତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତରେ ମଧ୍ୟ ଚୀନ୍‌ ନିର୍ଦେଶ ଦେଉଛି। ଏହା ହେଉଛି ଚୀନ୍‌ ପ୍ରସ୍ତାବର ପ୍ରଥମ ସ୍ତର ଯାହାଢାକା ଚାହୁଁଛି।

ଦ୍ୱିତୀୟ ପଦକ୍ଷେପରେ ସମାନତା ଆଧାରରେ ସମାଧାନ ସୂତ୍ର ଖୋଜିପାଇବାକୁ ବାଂଲାଦେଶ ଏବଂ ମିଅାଁମାର ବିନିମୟ ସୁଦୃଢ଼ କରନ୍ତୁ ବୋଲି ବେଜିଙ୍ଗ୍‌ ଚାହେଁ। ରୋହିଙ୍ଗ୍ୟାମାନଙ୍କ ନିବାସ ମିଅାଁମାର୍‌ର ପଛୁଆ ରାଜ୍ୟର ଉନ୍ନତି ସକାଶ ଆନ୍ତର୍ଜାତିକ ସମୁଦାୟ ସହାୟତା କରନ୍ତୁ ବୋଲି ପ୍ରସ୍ତବର ତୃତୀୟ ସ୍ତର କହୁଛି।

ସମ୍ବନ୍ଧିତ ଖବର