ଭାରତ ସହ ମୁକାବିଲା ପାଇଁ ତିବ୍ବତ ଯୁବକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଉଛି ଚୀନ

ନୂଆଦିଲ୍ଲୀ: ଭାରତ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତିବ୍ବତ ଯୁବକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଉଛି ଚୀନ | ଭାରତ ଓ ଚୀନ ସୀମାରେ ଥିବା ପାହାଡିଆ ଅଂଚଳରେ ସ୍ୱତନ୍ତ୍ର ଅପରେସନ୍ କରିବା ପାଇଁ ଚୀନ ସ୍ୱତନ୍ତ୍ର ତାଲିମ ଦେବାର ଖବର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ କିଛି ଦିନ ପୂର୍ବରୁ ଭାରତୀୟ ଏଜେନ୍ସି ଏବଂ ସେନା ପକ୍ଷରୁ ସୂଚନା ଆସିଥିଲା ​​ଯେ ଚୀନ୍ ତିବ୍ଦତୀୟ ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦେଉଛି | ତିବ୍ବତୀୟ ଯୁବକମାନେ ବିଶ୍ୱସ୍ତ ବୋଲି ଯେତେବେଳେ ଚୀନ ହୃଦୟଙ୍ଗମ କରେ, ସେତେବେଳେ ଚୀନ୍ ତିବ୍ଦତର ଲୋକଙ୍କୁ ଏହାର ସୈନ୍ୟବାହିନୀରେ ସାମିଲ କରେ | ଏଥିପାଇଁ ତିବ୍ବତୀୟ ଯୁବକମାନଙ୍କୁ ଅନେକ ଥର ପରୀକ୍ଷା କରାଯାଏ |

ଯେକୌଣସି ତିବ୍ଦତୀୟ ଯୁବକ ସୈନ୍ୟବାହିନୀରେ ଯୋଗଦେବା ପାଇଁ ମାଣ୍ଡାରିନ୍ ଭାଷା ଶିଖିବା ଏବଂ ଅଭ୍ୟାସ କରିବା ହେଉଛି ପ୍ରଥମ ପ୍ରାଥମିକତା। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ ଯେ ଚୀନ୍ ବର୍ତ୍ତମାନ ଭାରତକୁ ନକଲ କରି ଏକ ସ୍ପେଶାଲ ଫୋର୍ସ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଯେଉଁମାନେ କି ଉଚ୍ଚ ସ୍ଥାନରେ ଯୁଦ୍ଧ କରିବାରେ ସିଦ୍ଧହସ୍ତ ହୋଇଥିବେ । ସୂଚନା ଥାଉ କି ଯେ ଭାରତୀୟ ସେନାର ପାହାଡ଼ରେ ମୁତୟନ ଥିବା ସେନା ୟୁନିଟରେ ଅନେକ ତିବ୍ଦତୀୟ ଯୁବକ ରହିଛନ୍ତି । ଏହା ବ୍ୟତୀତ ପାହାଡ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଭାରତୀୟ ସେନାରେ ଅଗ୍ରାଧିକାର ଦିଆଯାଏ | ଅଧିକ ଉଚ୍ଚତାରେ ଯୁଦ୍ଧ ଏବଂ ସେଠାରେ ଥିବା ପ୍ରତିକୂଳ ପରିସ୍ଥିତି ବିଷୟରେ ସେମାନଙ୍କର ଅଭିଜ୍ଞତା ଥିବାରୁ ସାମିଲ କରାଯାଇଛି |

ଗତ ବର୍ଷ ଯେତେବେଳେ ଲଦାଖର ଉଚ୍ଚସ୍ଥାନରେ ଚୀନର ସୈନିକମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ସେତେବେଳେ ଭାରତୀୟ ଯବାନଙ୍କ ଦଳରେ ଥିବା ତିବ୍ବତୀୟ ସୈନିକମାନେ ଅସୀମ ପରାକ୍ରମ ଦେଖାଇଥିଲେ | ଆଉ ଚୀନ ସେନା ପଛକୁ ଫେରିଯିବାକୁ ବାଧ୍ୟ ହୋଇଥିଲା | ଆଉ ତିବ୍ବତୀୟ ସୈନିକଙ୍କ ବାହାଦୁରି ଦେଖି ଏବେ ଚୀନ୍ ତିବ୍ବତୀୟ ଯୁବକଙ୍କୁ ନିଜ ସେନାରେ ସାମିଲ କରୁଛି | ସୂଚନା ଥାଉ କି ତିବ୍ଦତର ଅଧିକାଂଶ ଲୋକ ଯେ ଚୀନ୍‌ର ବିରୋଧୀ ହୋଇଥିବାବେଳେ ଦଲାଇଲାମାଙ୍କର ଅଧିକାଂଶ ସମର୍ଥକ ଏବଂ ତାଙ୍କ ଅନୁଗାମୀ ମଧ୍ୟ ଅଛନ୍ତି |

ସମ୍ବନ୍ଧିତ ଖବର