ତାଲିବାନକୁ ସମର୍ଥନ କରି ଚୀନ୍‌ କଡ଼ା ସମାଲୋଚନାର ଶିକାର

ବେଜିଂ : ତାଲିବାନ୍‌କୁ ଖୋଲାଖୋଲି ସମର୍ଥନ କରିବା ଚୀନ୍‌ ପାଇଁ ମହଙ୍ଗା ହୋଇଛି। ଚୀନ୍‌ର ନାଗରିକମାନେ ସରକାରଙ୍କ ଏଭଳି କାର୍ଯ୍ୟକୁ କଡ଼ା ବିରୋଧ କରିଛନ୍ତି। ଚୀନ୍‌ ତାଲିବାନ୍‌କୁ ସମର୍ଥନ କରି ମାନବତାର ବିରୋଧୀମାନଙ୍କୁ ପ୍ରୋତ୍ସାହନ ଦେଇଛି ବୋଲି ବିଭିନ୍ନ ମହଲ ମତ ରଖିଛନ୍ତି। ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ସହ ତାଲିବାନ୍‌ ଶାସନକୁ ଫେରିବାକୁ ଚୀନ୍‌ ସ୍ବାଗତ କରିଥିଲା ଏବଂ ଏବେ ପାକିସ୍ତାନ ସହିତ ଏକସ୍ବରରେ ତାଲିବାନ ସପକ୍ଷରେ ଯୁକ୍ତି ରଖୁଛି।

ଚୀନ୍‌ କମ୍ୟୁନିଷ୍ଟ୍‌ ପାର୍ଟିର ମୁଖପତ୍ର ପିପୁଲ୍ସ ଡେଲିରେ ଗତ ସୋମବାର ତାଲିବାନ୍‌ର ଇତିହାସ ସଂକ୍ରାନ୍ତରେ ଏକ ଭିଡିଓ ପୋଷ୍ଟ୍‌ ହୋଇଥିଲା। ତେବେ ଏଥିରେ ଆତଙ୍କବାଦ ସହ ତାଲିବାନ୍‌କୁ ଯୋଡ଼ି କୌଣସି ବିଷୟବସ୍ତୁ ରଖାଯାଇନଥିଲା। ସରକାରଙ୍କ ଏଭଳି ଉଦ୍ୟମ ଚୀନ୍‌ ନାଗରିକଙ୍କୁ ବିସ୍ମିତ କରିଛି। ତେବେ ଲୋକଙ୍କ ଜୋରଦାର ବିରୋଧକୁ ଦେଖି ଏହି ପୋଷ୍ଟ୍‌ଟିକୁ ହଟାଇ ଦିଆଯାଇଛି। ଦଳର ଖବରକାଗଜ ପକ୍ଷରୁ ତାଲିବାନ୍‌କୁ ଏତେ ମହାନ ଦର୍ଶାଇ କାହିଁକି ଚିତ୍ରଣ କରାଯାଇଛି ବୋଲି ପ୍ରଶ୍ନ ‌ହୋଇଛି। କିଛି ଲୋକ ତାଲିବାନ୍‌ର ଭୟଙ୍କର ଅତୀତକୁ ମନେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର