ଏଲ୍‌ଏସିରେ ସବୁ ଚୁକ୍ତି ଉଲ୍ଲଂଘନ କରିଛି ଚୀନ୍‌: ଜୟଶଙ୍କର

ନୂଆଦିଲ୍ଲୀ: ଚୀନ୍‌ ଏଲ୍‌ଏସିରେ ସମସ୍ତ ଦ୍ବିପାକ୍ଷିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ଉଲ୍ଲଂଘନ କରିଛି ଏବଂ ବିଶାଳ ସେନା ମୁତୟନ ଦ୍ବାରା ଚାପ ସୃଷ୍ଟି କରିବାକୁ ଚାହୁଛି। ଚୀନ୍‌ ଏହା ମଧ୍ୟରେ ୫ ଥର ଏଲ୍‌ଏସିର ପରିଭାଷା ମଧ୍ୟ ବଦଳାଇବାକୁ ଚେଷ୍ଟା କରିଛି ବୋଲି ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଏକ ଅନ୍ତର୍ଜାତୀୟ ସେମିନାର୍‌ରେ ଜୟଶଙ୍କର କହିଛନ୍ତି ଯେ ଭାରତ-ଚୀନ୍‌ ସଂପର୍କ ଏବେ ଖରାପ ସ୍ଥିତିରେ ରହିଛି ଏବଂ ୧୯୭୫ ପରେ ପ୍ରଥମ ଥର ପାଇଁ ଚୀନ୍‌ ସୀମାରେ ଭାରତର ଯବାନ ସହିଦ ହୋଇଛନ୍ତି। ଭାରତ ନିଜର ୨୦ ଯବାନଙ୍କୁ ସଂଘର୍ଷରେ ହରାଇଥିଲା ଏବଂ ଏହି ଘଟଣା ପରେ ତିକ୍ତତା ବଢ଼ିଲା ବୋଲି ଜୟଶଙ୍କର କହିଛନ୍ତି। ଏଲ୍‌ଏସିରେ ଚୀନ୍‌ର ବିସ୍ତାରବାଦୀ ରଣନୀତି ପାଇଁ ଦ୍ବିପାକ୍ଷିକ ସଂପର୍କ ଗୁରୁତର ପ୍ରଭାବିତ ହୋଇଛି ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର